ମହାକୁମ୍ଭ ପାଇଁ ପୁରୀରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍, ଜାନୁୟାରୀ ୨୩ରୁ ବାହାରି ୨ ତାରିଖରେ ଫେରିବ
ପୁରୀ : ମହାକୁମ୍ଭ ପାଇଁ ପୁରୀରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍ । ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ ମହାକୁମ୍ଭ ଉପଲକ୍ଷେ ସ୍ୱତନ୍ତ୍ର ଟ୍ରେନ ବାରଣାସୀ, ପ୍ରୟାଗରାଜ ଏବଂ ଅଯୋଧ୍ୟା ଯିବ। ଓଡ଼ିଶାର ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ୨୩ରୁ ବାହାରି ୨ ତାରିଖରେ ଫେରିବ। ଆଇଆରସିଟିସି ୱେବସାଇଟ୍ ଯୋଗେ ଅନଲାଇନ ବୁକିଂ କରିଥିବା ପର୍ଯ୍ୟଟକ, ତୀର୍ଥଯାତ୍ରୀ ପୁରୀ, ଖୋର୍ଦ୍ଧା ରୋଡ୍ , ଭୁବନେଶ୍ୱର, କଟକ, ଭଦ୍ରକ, ବାଲେଶ୍ୱର ଆଉ ଟାଟା ନଗରରେ ଚଢିବେ ଏବଂ ଓହ୍ଲାଇବେ ।
ଯାତ୍ରା କରିବାର ମୂଲ୍ୟ ଜଣଙ୍କ ପିଛା ୨୦ ହଜାର ୯୦୫ ଟଙ୍କା ରହିଛି । ଏହି ପ୍ୟାକେଜରେ ଆରମଦାୟକ ରେଳ ଟିକେଟ, ନିରାମିଷ ଭୋଜନ,ବାରଣାସୀ ଓ ପ୍ରୟାଗରାଜରେ ରହଣି ବ୍ୟବସ୍ଥା କରାଯାଇଛି। ପ୍ରୟାଗରାଜରେ ମହାକୁମ୍ଭ ସ୍ଥାନରେ ଆଇଆରସିଟିସି ପକ୍ଷରୁ ଟେଣ୍ଟ ବ୍ୟବସ୍ଥା କରାଯାଇଛି।
ଆଇଆରସିଟିସି ପକ୍ଷରୁ ମହାକୁମ୍ଭ ଉପଲକ୍ଷେ ସ୍ୱତନ୍ତ୍ର ଟ୍ରେନ୍ ସହ ଶୀତକାଳୀନ ସ୍ୱତନ୍ତ୍ର ଏୟାର ପ୍ୟାକେଜ୍ , ସାପ୍ତାହିକ ରେଳ ଟୁର୍ ପ୍ୟାକେଜ ସହ ଖୁବଶୀଘ୍ର ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ଏୟାର ପ୍ୟାକେଜ ଆରମ୍ଭ ହେବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ଆଇଆରସିଟିସି ଯୁଗ୍ମ ସାଧାରଣ ପରିଚାଳକ ।