ନନ୍ଦନକାନନ ଇତିହାସରେ ପ୍ରଥମ, ଜନ୍ମ ନେଲା ଏକ ହଳଦିଆ ଆନାକୋଣ୍ଡା ଶାବକ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନରେ ଥିବା ସରୀସୃପ ଉଦ୍ୟାନରେ ଏକ ଅଦ୍ଭୁତ ଘଟଣା ଘଟିଛି । ଏଠାରେ ଏକ ହଳଦିଆ ଆନାକୋଣ୍ଡା ସାପ ଏକ ଶାବକକୁ ଜନ୍ମ ଦେଇଛି । ଆଉ ସବୁଠୁ ଖାସ କଥା ହେଉଛି ନନ୍ଦନକାନନ ଇତିହାସରେ ଏପରି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ନନ୍ଦନକାନନ ଇତିହାସରେ ପ୍ରଥମ ଥର ପାଇଁ ଏକ ହଳଦିଆ ଆନାକୋଣ୍ଡା ସାପ ଏକ ଶାବକକୁ ଜନ୍ମ ଦେଇଛି । ସକାଳ ସମୟରେ ପ୍ରାଣୀ ଉଦ୍ୟାନ ଦାୟିତ୍ୱରେ ଥିବା କର୍ମଚାରୀ ମାନେ ଏହା ଦେଖିବା ପରେ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ । ନବ ଜାତକଟିର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାକୁ ଖୁଆଡ଼ରୁ ଅନ୍ୟମାନଙ୍କ ଠାରୁ ଅଲଗା କରି କୃତିମ ଶୀତତାପ ନିୟନ୍ତ୍ରଣ କକ୍ଷରେ ରଖାଯାଇଛି ।  ପ୍ରସବ ପରେ ବି ମା’ ଆନାକୋଣ୍ଡାର ପେଟ ଫୁଲି ଥିବାରୁ ତା ଗର୍ଭରୁ ଆହୁରି ଶାବକ ବାହାରି ପାରନ୍ତି ବୋଲି କତ୍ତୃପକ୍ଷ ଅନୁମାନ ଲଗାଇଛନ୍ତି । ଉଦ୍ୟାନରେ ଥିବା ଆଉ ଏକ ମାଇ ଆନାକୋଣ୍ଡା ଖୁବ ଶୀଘ୍ର ପ୍ରସବ କରିପାରେ ବୋଲି ଅନୁମାନ କରାଯାଉଛି ।

ଏହି ଦୁଇ ସାପଙ୍କ ଉପରେ କଡା ନଜର ରଖିଛନ୍ତି ପ୍ରଣିଉଦ୍ୟନର କତ୍ତୃପକ୍ଷ । ସାଧାରଣତଃ ଆନାକୋଣ୍ଡା ସାପ ଏକା ଥରକରେ ୨୦ଟି ପର୍ଯ୍ୟନ୍ତ ଛୁଆଙ୍କୁ ଜନ୍ମ ଦେଇପାରେ । ଶାବକ ଜନ୍ମ ନେବା ପରେ ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାଙ୍କ ସଂଖ୍ୟା ୬ କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ୩ଟି ମାଇ, ଗୋଟିଏ ଅଣ୍ଡିରା ଆଉ ଏକ ଲିଙ୍ଗ ଚିହ୍ନଟ ହୋଇନଥିବା ଶାବକ ଅଛନ୍ତି । ସୂଚନା ଦେଇରଖୁଛୁକି ୨୦୧୯ ମସିହା ନଭେମ୍ବର ମାସରେରେ ମାଡ୍ରାସସ୍ଥିତ କ୍ରୋକତାଇଲ ବ୍ୟାଙ୍କରୁ ୮ ଟି ହଳଦିଆ ଆନାକୋଣ୍ଡାଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା । ଯେବେକି ୩ ଟିର ସଂକ୍ରମଣରେ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.