ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ପାଇଁ ଗଠନ ହେବ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ୱିଙ୍ଗ

କେନ୍ୟୁଜ୍(ବ୍ୟୁରୋ):  ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ନଜର ରଖିବାକୁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ୱିଙ୍ଗ ଗଠନ ହେବ। ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧ ଫୋକସ ଏରିଆ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ୬୨ ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଉଦ୍‌ଯାପନୀ ଦିବସରେ ଉଦ୍‌ବୋଧନ ଦେଇଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ, ରାଜ୍ୟରେ ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ ହାର କମ ରହିବା ବଡ଼ ଚିନ୍ତାର କାରଣ। ତେଣୁ ଏଥିରେ ଉନ୍ନତି ଆଣିବା ପାଇଁ ତଦନ୍ତରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ନେଇ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ପଡିବ।

ନିଶାକାରବାର ଉପରେ ପୋଲିସର ସ୍ୱତନ୍ତ୍ର ଡ୍ରାଇଭକୁ ପ୍ରଂଶସା କରିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ସଂଗଠିତ ଅପରାଧ ଓ ଦାଦାବଟି ଆଦାୟ ବିରୋଧରେ ଅଧିକ ପଦକ୍ଷେପ ଉପରେ ଜୋର ଦେଇଥିଲେ ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ମାଓ ପ୍ରବଣ ଅଂଚଳଗୁଡିକରେ ସ୍ଥିତିରେ ଉନ୍ନତି ଆସିଛି। କିନ୍ତୁ ମାଓବାଦ ସମସ୍ୟା ପରିବର୍ତ୍ତନଶୀଳ। ତେଣୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କହିଛନ୍ତି ନବୀନ। କୋଭିଡ୍‌ ମହାମାରୀ ସମୟରେ ପୋଲିସର ଦୟା ଓ ସହନୁଭୂତିପୂର୍ଣ୍ଣ କାମକୁ ପ୍ରଶଂସା କରିବା ସହ ଯେଉଁମାନେ ବଳିଦାନ ଦେଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.