ବାଇକ ଡିକି ଭାଙ୍ଗି ୧ ଲକ୍ଷ ୧୯ ହଜାର ଲୁଟି ନେଲେ ଦୃବୁର୍ତ୍ତ

ଅନୁଗୋଳ: ଅନୁଗୋଳ ସହରର ବିଚ୍ ବଜାରରୁ ଡିକି ଭାଙ୍ଗି ୧ ଲକ୍ଷ ୧୯ ହଜାର ଲୁଟି ନେଲେ ଦୃବୁର୍ତ୍ତ । ଜରପଡା ଥାନା ଅନ୍ତର୍ଗତ ରଞ୍ଜନ କୁମାର ସାହୁ ,SBI ବ୍ୟାଙ୍କରୁ ୧ ଲକ୍ଷ ୧୯ ହଜାର ଟଙ୍କା ନେଇ ନିଜ ବାଇକ ଡିକିରେ ରଖିଥିଲେ । ହୁଲୁରିସିଂହା ସ୍ଥିତ ମନଜିନିଷ ଦୋକାନରେ କିଛି ଜିନିଷ କିଣିବାକୁ ଆସି ବାଇକ୍ ରଖିଥିଲେ ।

କିଛି ସମୟ ପରେ ଗୋଟିଏ ବାଇକରେ ଦୁଇ ଦୃବୁର୍ତ ଆସିଥିଲେ । ଆଖି ପିଛୁଳାକେ ଜଣେ ବ୍ୟକ୍ତି ଆସି ଡିକି ଭାଙ୍ଗି ଟଙ୍କା ଧରି ଛୁ ହୋଇଥିଲେ । ଦିନ ଦ୍ୱିପ୍ରହରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ଏନେଇ ରଞ୍ଜନ ଅନୁଗୋଳ ଥାନାରେ ଅଭିଯୋଗ ପରେ ଗାଡ଼ି ଚେକ୍ କରି  ତଦନ୍ତ କରୁଛି ପୋଲିସ । ଲୁଟର ଘଟଣା ସିସି ଟିଭିରେ କଏଦ ହୋଇଛି ।

 

Also read :ଡାକ୍ତରଖାନା ଭିତରେ ପଶିଲା ବାଇକ ଲୁଟି ନେଇ ଚମ୍ପଟ ମାରିଲା ଲୁଟେରା