ପୂର୍ବ ଶତ୍ରୁତା ସନ୍ଦେହ : ବିଦ୍ୟାଳୟ ଭିତରେ ଛାତ୍ରକୁ ଛୁରୀ ଭୁସିଲା ଆଉ ଜଣେ ଛାତ୍ର
ଦିଗପହଣ୍ଡି : ଛାତ୍ରକୁ ଛୁରୀ ଭୁସିଲା ଛାତ୍ର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ରଘୁନାଥ ହାଇସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ବିଦ୍ୟାଳୟ ଖୋଲିବା ପରେ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିଥିଲେ । ବିଦ୍ୟାଳୟରେ ଥିବା ବେଳେ ନବମ ଶ୍ରେଣୀ ଦୁଇ ଛାତ୍ର ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଫଳରେ ଜଣେ ଛାତ୍ର ଉତକ୍ଷିପ୍ତ ହୋଇ ସାଙ୍ଗରେ ଆଣିଥିବା ଛୁରୀରେ ସହପାଠୀ ଛାତ୍ରର ଛାତିକୁ ଭୂଷି ଦେଇଥିଲେ ।
ବିଦ୍ୟାଳୟର ଶିକ୍ଷକମାନେ ଆହତ ଛାତ୍ରକୁ ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଆହତ ଛାତ୍ରର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଦୁଇ ଛାତ୍ର ନବମ ଶ୍ରେଣୀ ଛାତ୍ରଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିବା ସୂଚନା ମିଳିଛି ।ଦୁଇ ଛାତ୍ରଙ୍କ ଘର ରାମଚନ୍ଦ୍ରପୁର ହୋଇଥିବା ବେଳେ ପାଟପୁର ଥାନା ପୋଲିସ ଅଭିଯୁକ୍ତ ଛାତ୍ରଙ୍କ ଘରେ ପହଞ୍ଚି ତଦନ୍ତ କରୁଛି ।