ରାଜ୍ୟ

ସହିପାରିଲେନି ସାଙ୍ଗଙ୍କ ଥଟ୍ଟାମଜା: ୫ଶହ ଟଙ୍କା ପାଇଁ ଦଉଡ଼ି ଲଗାଇ ଝୁଲିପଡିଲେ ଛାତ୍ର

କୋରାପୁଟ(କେନ୍ୟୁଜ): କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍‌ରେ ଅଭାବନୀୟ ଘଟଣା। ସହପାଠୀଙ୍କ ୫ଶହ ଟଙ୍କା ଲୁଚାଇ ରଖିବାରୁ ଅପମାନିତ ହୋଇଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ମୁତାବକ ଗତ ଶୁକ୍ରବାର ଦିନ ଛାତ୍ର ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ଚପାଇ ଦିଆଯାଇଥିଲା। ସୋମବାର ଦିନ ପରିବାର ଲୋକ ମୁହଁ ‌ଖୋଲିବା ପରେ ଏହି ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି। ଅନ୍ୟପକ୍ଷରେ, ଜିଲ୍ଲା ମଙ୍ଗଳ ବିଭାଗ ନିକଟରେ ଏନେଇ କୌଣସି ଖବର ନାହିଁ।

ଘଟଣା କ୍ରମେ କୁମ୍ଭାରପୁଟ ଏସ୍‌ଏସ୍‌ଡି ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ଜଣକ ଗତ ଶୁକ୍ରବାର ଦିନ ହଷ୍ଟେଲରେ ଜଳଖିଆ ଖାଇ ବିଦ୍ୟାଳୟକୁ ବାହାରିଥିଲେ। ଏହି ସମୟରେ ଜଣେ ସହପାଠୀଙ୍କ ୫ଶହ ଟଙ୍କା ହଜି ଯାଇଥିବା ଜଣାପଡ଼ିଥିଲା। ତେଣୁ ଛାତ୍ରାବାସରେ ଖୋଜାଖୋଜି କରିବାରୁ ଉକ୍ତ ଛାତ୍ରଙ୍କ ନିକଟରୁ ହଜିଥିବା ଟଙ୍କା ମିଳିଥିଲା। ଏହାପରେ ସହପାଠୀମାନେ ଥଟ୍ଟାମଜା ସହ ଅପମାନିତ କରିଥିଲେ। ଏଥିରେ ମର୍ମାହତ ହୋଇ ଛାତ୍ର ଜଣକ ବିଦ୍ୟାଳୟକୁ ଯାଇ ନଥିଲେ।

ଅନ୍ୟମାନେ ବିଦ୍ୟାଳୟକୁ ଯିବାପରେ କାହାକୁ କିଛି ନ କହି ବିଦ୍ୟାଳୟ କାନ୍ଥ ଡେଇଁ ଚାଲି ଆସିଥିଲେ। ଚାଲିଚାଲି ନିଜ ଘରେ ଆସି ପହଞ୍ଚିଥିଲେ। ସେହି ସମୟରେ ଘରେ କେହି ନଥିବାର ସୁଯୋଗ ପାଇ,  ଗୋରୁ ବାନ୍ଧିବା ପାଇଁ ରହିଥିବା ଦଉଡ଼ି ଆଣି ସେଥିରେ ଝୁଲି ଯାଇଥିଲେ। ସଂଧ୍ୟାରେ ପରିବାର ଲୋକ ଘରକୁ ଫେରିବା ବେଳକୁ ପୁଅକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

3 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

5 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

6 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

8 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

8 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

8 hours ago