ଘରୋଇ ଇଞ୍ଜିନିୟରିଂ ଛାତ୍ରର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଭୁବନେଶ୍ୱର(କେ.ନ୍ୟୁଜ): ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ହାଉସିଂ ବୋର୍ଡ କଲୋନୀରେ ଛାତ୍ରର ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଛାତ୍ର ଚନ୍ଦ୍ରଶେଖରପୁରରେ ରହୁଥିବା ବେଳେ ତା’ ପ୍ରକୃତ ଘର ହେଉଛି ଯାଜପୁର ଜିଲ୍ଲାର ସାରୁଅ। ତା’ ନାଁ ରାଜୀବ କୁମାର ସେଠୀ ଓ ବୟସ ୧୯ ବର୍ଷ ବୋଲି ଜଣାପଡ଼ିଛି। ରାଜୀବ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲା।

ତେବେ ରାଜୀବର ଆତ୍ମହତ୍ୟାର କାରଣ ଏବେ ଯାଏଁ ଜଣାପଡ଼ିନାହିଁ। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.