ମହାଶିବରାତ୍ରିରେ ଛାତ୍ରଙ୍କ ନିଆରା ପ୍ରୟାସ, କଞ୍ଚା ହଳଦୀରେ ଆଙ୍କିଲେ ମହାଦେବଙ୍କ ଅବିକଳ ପ୍ରତିମୂର୍ତ୍ତି

ବାଲେଶ୍ୱର: କଞ୍ଚା ହଳଦୀରେ ମହାଦେବ । ଏ ଦୃଶ୍ୟ ଦେଖିଲେ ଆପଣ ବି ନିଜ ଆଖିକୁ ବିଶ୍ୱାସ କରିପାରିବେନି । କଞ୍ଚା ହଳଦୀରେ ମହାଦେବଙ୍କ ପ୍ରତିମୂର୍ତ୍ତି ଆଙ୍କି ନିଜ ହାତର ଯାଦୁ ଦେଖାଉଛନ୍ତି ଏ ଯୁବକ । ବର୍ତ୍ତମାନର ଆଧୁନିକ ଯୁଗର ଲୋକମାନେ ମୋବାଇଲକୁ ପ୍ରାୟତଃ ସମୟ ଦେଉଥିବା ବେଳେ ଏହି ବ୍ୟକ୍ତି ଜଣଙ୍କ ନିଜ କଳାକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି । ଯାହା ଅତ୍ୟନ୍ତ ପ୍ରଶଂସନୀୟ । କଞ୍ଚା ହଳଦୀରେ ହୋଇଥିବା ଏହି ସୁନ୍ଦର ପ୍ରତିମୂର୍ତ୍ତି ଦେଖି ଯେ କେହି ବି ପ୍ରଂଶସା ନକରି ରହି ପାରିବେନି ।
ସେ ହେଉଛନ୍ତି ବାଲେଶ୍ୱର ସହର ଉପକଣ୍ଠସ୍ଥ ସିନ୍ଧିଆ ପଞ୍ଚାୟତର ବାବୁରାମ ନାଥଙ୍କ ପୁଅ ଅବିନାଶ ନାଥ । ସବୁବେଳେ କିଛି ନୂଆ କରିବାର ପ୍ରୟାସ ତାଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଥାଏ । ଦେବ ଦେବ ମହାଦେବଙ୍କ ପବିତ୍ର ଜାଗର ଯାତ୍ରା ଅବସରରେ ତାଙ୍କର ନିଆରା କଳାକୃତି ତାଙ୍କୁ ପୁଣି ଚର୍ଚ୍ଚାକୁ ଆଣିଛି । ମହାଶିବରାତ୍ରୀ ଅବସରରେ ମନ୍ଦିର ପ୍ରାଙ୍ଗଣରେ ବସି ଏକ ୩ ସେଣ୍ଟିମିଟର କଞ୍ଚା ହଳଦୀରେ ପ୍ରଭୁ ମହାଦେବଙ୍କ ପ୍ରତିମୂର୍ତ୍ତିକୁ ଚିତ୍ର ମାଧ୍ୟମରେ ସ୍ଥାନିତ କରିଛନ୍ତି ।
ନା ସେ ସହରରେ ରହୁଛନ୍ତି ନା ତାଙ୍କ ପାଇଁ ଅଛି କୌଣସି ତାଲିମ ସୁବିଧା । କିନ୍ତୁ ବିନା ତାଲିମରେ ତାଙ୍କ ହାତର ସ୍ପର୍ଶରେ ଜୀବନ୍ତ ହୋଇଉଠୁଛି ଚିତ୍ରକଳା । ତାଙ୍କଦ୍ୱାରା ଅଙ୍କଯାଇଥିବା ଚିତ୍ର ଯିଏବି ଦେଖିବ କିଛି ସମୟ ଆବାକ ହୋଇଯିବ । ମହାଶିବରାତ୍ରି ଅବସରରେ ଛାତ୍ରଙ୍କ ଏଭଳି ନିଆରା ପ୍ରୟାସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ମହାଦେବଙ୍କ ପ୍ରତିମୂର୍ତ୍ତି ଛୋଟ ହେଲେ ବି ଦେଖିବାକୁ ବହୁତ୍ ସୁନ୍ଦର ଦେଖାଯାଉଛି । ତାଙ୍କ ହାତର ସ୍ପର୍ଶରେ ଚିତ୍ର ଜୀବନ୍ତ ମନେ ହେଉଛି ।
ପୂର୍ବରୁ ବି ଅବିନାଶ ପତ୍ର, ବାଦାମ୍, ଲବଙ୍ଗ, ହାତଘଣ୍ଟା, ଚକଲେଟ୍ ଇତ୍ୟାଦିରେ ଅନେକ ଚିତ୍ର ଆଙ୍କି ବେଶ୍ ପ୍ରଶଂସା ସାଉଁଟିଛନ୍ତି । ତେବେ ହଳଦୀରେ ଏହି ପ୍ରତିଛବିଟି ଆଙ୍କିବା ପାଇଁ ପ୍ରାୟ ୨୦ ମିନିଟ ସମୟ ଲାଗିଥିଲା ବେଳେ ପୂର୍ବରୁ ଅନେକ ଥିମ ଆର୍ଟ କରି ବେଶ ଚର୍ଚ୍ଚାରେ ରହି ଆସିଛନ୍ତି ବାଲେଶ୍ଵର ପୁଅ ଅବିନାଶ । ସେଥିପାଇଁ କୁହାଯାଏ ପ୍ରତିଭା କେବେ ଲୁଚି ରହେନା । ଦିନେ ନା ଦିନେ ଲୋକଲୋଚନକୁ ଆସେ ଏବଂ ପ୍ରଶଂସିତ ହୁଏ ।
Also read: ସାନଆଙ୍କୋ ଗାଁର ଯୁବ ସଦସ୍ୟମାନଙ୍କର ନିଆରା କାର୍ଯ୍ୟକ୍ରମ, ବୃଦ୍ଧବୃଦ୍ଧାଙ୍କୁ ପୂଜା କଲେ ସମସ୍ତେ