ହଠାତ ଲାଗିଲା ନିଆଁ, ଜଳି ପୋଡି ପାଉଁଶ ହୋଇଗଲା ୩ଟି ଦୋକାନ

ଗୋପ : କୋଣାର୍କ ଥାନା ଅନ୍ତର୍ଗତ ବସ ଷ୍ଟାଣ୍ଡ ନିକଟରେ ହଠାତ ଲାଗିଲା ନିଆଁ । ଜଳିଗଲା ୩ଟି ଦୋକାନ । ନିଆଁ କିପରି ଲାଗିଲା ତାହା ଏବେବି କାରଣ ଜଣା ପଡ଼ିନଥିବା ବେଳେ ଖବର ପାଇ ଚମ୍ପାହାର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କଲା ବେଳକୁ ତିନୋଟି ଦୋକନ ସମ୍ପୁର୍ଣ୍ଣ ଜଳି ମାଟିରେ ମିଶିଯାଇଥିଲା ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କୋଣାର୍କ ଥାନା ଅନ୍ତର୍ଗତ ବସ ଷ୍ଟାଣ୍ଡ ନିକଟରେ ଅଗ୍ନିକାଣ୍ଡ ହୋଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ୩ଗୋଟି ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଛି । ପ୍ରାୟତଃ ଦୁଇଟି ଦୋକାନରେ ସବୁବେଳେ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଥିବା ଯୋଗୁଁ ନିଆଁର ପ୍ରକୋପ ଅତ୍ୟଧିକ ହୋଇଥିଲା । ଘଟଣା ସ୍ଥଳରେ କୋଣାର୍କ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ଆହୁରି ପଢ଼ନ୍ତୁ : ଜଳିଗଲା ଗୁହାଳ , ୧୨ ଛେଳି ଜୀବନ୍ତ ଦଗ୍ଧ