ମର୍ଣ୍ଣିଂ ଓ୍ବାକ୍ ବେଳେ ଧକ୍କା ଦେଲା ଗାଡ଼ି: ଚାଲିଗଲା ଶିକ୍ଷୟତ୍ରୀଙ୍କ ଜୀବନ

ବାଙ୍ଗିରିପୋଷି : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ୪୯ ନମ୍ୱର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ଆଜି ସକାଳୁ ମର୍ଣ୍ଣିଂ ୱାକ ବେଳେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ ।  ମୃତ ରଶ୍ମିତା ସାହୁ ମୟୂରଭଞ୍ଜ ବାଙ୍ଗିରିପୋଷି ବଜାର ନିକଟ ଚନ୍ଦନପୁର ଏମଇ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ ।

ସୂଚନା ଅନୁସାରେ ଆଜି ସକାଳୁ ୪୯ ନମ୍ୱର ଜାତୀୟ ରାଜପଥ ନିକଟରେ ସେ ମର୍ଣ୍ଣିଂ ଓ୍ବାକ୍ କରୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇଥିଲା ।  ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।