ବାଲେଶ୍ବରରେ ଆରମ୍ଭ ହେଲାଣି ଝିପି ଝିପି ବର୍ଷା, ପହଞ୍ଚିଲା ଓଡ୍ରାଫର ଏକ ଟିମ୍

ବାଲେଶ୍ବର: ବାଲେଶ୍ବରରେ ପହଞ୍ଚିଲା ଓଡ୍ରାଫର ଏକ ଟିମ୍ । ଝାରସୁଗୁଡ଼ାରୁ ଏକ ଟିମ୍ ଆସି ବାଲେଶ୍ବର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି । ବାଲେଶ୍ବରରେ NDRFର ୩ଟି ଟିମ୍ ସହ ଓଡ୍ରାଫ୍ ର ୬ଟି ଟିମ୍ ମହଜୁଦ ରହିବେ ।

ସେପଟେ ବାତ୍ୟାକୁ ନେଇ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କ ମନରେ ଛନକା ପଶିଛି  । ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ସହ ପାଗରେ ପରିବର୍ତ୍ତନ ଆସୁଛି । ଝିପି ଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାର୍ଥା ସମୁଦ୍ର ମୁହାଣ ନିକଟରେ ପଥରବନ୍ଧ ନଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି । ଗତଥର ୟାସ ବାତ୍ଯାରେ ସମୁଦ୍ରରେ ଉଚ୍ଚ ଜୂଆର ଆସି ଲୁଣି ପାଣି ଗାଁ ଭିତରେ ପଶିିଯାଇଥିଲା । ଫଳରେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଥିଲା । ଏବେ ପୁଣି ବାତ୍ୟା ଦାନାକୁ ନେଇ ଲୋକେ ଭୟଭୀତ ହୋଇ ରହିଛନ୍ତି ।