ସୁନ୍ଦରଗଡ଼: ହଷ୍ଟେଲ ଛାତରୁ ପଡ଼ି ଦଶମଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ସୁନ୍ଦରଗଡ଼(କେନ୍ୟୁଜ୍): ଆଜି ପବିତ୍ର ଉତ୍କଳ ଦିବସରେ ପବିତ୍ର ଶିକ୍ଷାନୁଷ୍ଠାନ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ।  ପ୍ରଧାନଶିକ୍ଷକ ଛାତ୍ରୀଙ୍କ ଅସଦବ୍ୟବହାର କରୁଥିବାରଣଉ ଛାତ୍ରୀ ଜଣକ ଏଭଳି କରିଛନ୍ତି ବୋଲି ଅଭିଯାଗ ଆସିଛି । ଯାହାର ତଦନ୍ତ କରୁଛି ପୋଲିସ। ଗଣମାଧ୍ୟମ  ସାମ୍ନାରେ ପୋଲିସ କିଛି କହିନଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ଲେଫ୍ରିପଡା ଥାନା ଅନ୍ତର୍ଗତ ପଟୁଆଡିହି ପଞ୍ଚାୟତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଟେଲ ଯୌନ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି।

suicide1

 

 ଛାତ୍ରୀ ଜଣକ ଏଥିରେ ଅତିଷ୍ଠ ହୋଇ ଆଜି ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ମିଳିଛି। ଲେଫ୍ରିପଡା ଆଇ ଆଇ ସି ହେମାଙ୍ଗିନୀ ଗର୍ଡିଆ ବିଦ୍ୟାଳୟକୁ ପହଞ୍ଚି ଅନୁସନ୍ଧାନ କରିଥିବା ବେଳେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପଟେଲ ଏବଂ ହଷ୍ଟେଲ ୱ।ର୍ଡେନଙ୍କୁ ସୁନ୍ଦରଗଡ ଥାନାରେ ଥାନାରେ ଅଟକ ରଖାଯାଇଛି। ଅନ୍ୟ ପଟେ ଯୋନ ନିର୍ଯ୍ୟାତନା ବିଷୟରେ ତଦନ୍ତ ଚାଲିଛି ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।  ମୃତ ଛାତ୍ରୀଙ୍କ ପରିବାର ବର୍ଗ ଯୌନ ଶୋଷଣ ସମ୍ପର୍କରେ କିଛି କହିନଥିଲେ ମଧ୍ୟ ଏହା ଏକ ହତ୍ୟା କାଣ୍ଡ ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.