କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ଟିଟିଲାଗଡ଼ : ଟିଟିଲାଗଡ଼ ଚୋରମରା ଗାଁରେ ଥିବା କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ।  ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ସୂଚନା ।  ଗାଁରେ ଥିବା ମହାବୀର ପେପର ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ । କୌଣସିଏକ ରାସାୟନିକ ପଦାର୍ଥର ବିସ୍ଫୋରଣ ହେବା ଫଳରେ ନିଆଁଲାଗିଥିବା ପ୍ରାଥମିକ ସୁତ୍ରରୁ ସୂଚନା ମିଳିଛି ।

କାରଖାନାର ଗୋଦାମ ଗୃହରେ ନିଆଁ ଲାଗିଥିବାରୁ କାଗଜ ଓ ବିଭିନ୍ନ ପ୍ରକାର କେମିକାଲ ଥିବାରୁ ନିଆଁ ଦ୍ରୁତ ଗତିରେ ମାଡିଯାଇଥିବା ଜଣାପଡିଛି ।  ତେବେ ଗୋଦାମ ଗୃହରେ ନିଆଁ ଲାଗିଥିବାରୁ କାଗଜ ଓ ବିଭିନ୍ନ ପ୍ରକାର କେମିକାଲ ଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଛି। ଏପିରିକି କାରଖାନାଟି ଛୋଟ ଥିବାରୁ ସେମିତି କିଛି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ବେଳେ ଏଭଳିଅଘଟଣ ଘଟିଥିବା ଆଶଙ୍କା କରାଯାଉଛି ।  ତେବେ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ଜଣାପଡି ନଥିବା ବେଳେ ସମସ୍ତ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡିଛି ।  ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରୁଛି  ।