ୱାୟନାଡ଼ରେ ମୃତଦେହ ଖୋଜୁଛି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର କୁକୁର’ଷ୍ଟର୍ମ’

ବ୍ରହ୍ମପୁର(କେନ୍ୟୁଜ୍): ସରୁନି ୱାୟନାଡ଼ ଭୂସ୍ଖଳନ ଦୁଃଖ, ହାହାକାର ଭିତରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଏହାରି ଭିତରେ ୱାୟନାଡରେ ଯାଇ ପହଁଚିଛି ‘ଷ୍ଟର୍ମ’ । ‘ଷ୍ଟର୍ମ’ ପୁଣି କିଏ? ଏ ପ୍ରଶ୍ନ ନିହାତୀ ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ । ‘ଷ୍ଟର୍ମ’ ହେଉଛି ଏକ ସନ୍ଧାନୀ କୁକୁର । ଯାହା ଓଡିଶା ପୋଲିସ୍ ଏକ ସନ୍ଧାନୀ କୁକୁର ।

କେରଳର ୱାୟନାଡରେ ଯାଇ ପହଁଚିଛନ୍ତି ଓଡିଶା ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ଓ ରେସକ୍ୟୁ ଟିମ୍ । ବିଭିନ୍ନ ସ୍ଥାନ ବୁଲି ବୁଲି ମୃତଦେହ ଖୋଜୁଛି କୁକୁର ଷ୍ଟ୍ରର୍ମ । ପ୍ରଳୟଙ୍କରୀ ଭୁସ୍ଖଳନରେ ମାଟିତଳେ ପୋତି ହୋଇଥିବା ମୃତଦେହକୁ ଉଦ୍ଧାର କରିବାକୁ ପହଞ୍ଚିଛି ଓଡିଶା ପୋଲିସ୍ ଟିମ୍ ସହ ବ୍ରହ୍ମପୁର ପୋଲିସର ଏକ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଟିମ୍ ।

କୁକୁର ଷ୍ଟ୍ରର୍ମ ସହ ୫ ଜଣିଆ ପୋଲିସ ଟିମ୍ ଗସ୍ତ କରିଥିଲେ । ଗତକାଲି ସନ୍ଧ୍ୟାରେ ପହଁଚିବା ପରେ ୱାୟନାଡ ଥାନାରେ ରାତ୍ରୀଯାପନ କରିଥିଲେ । ଏହାପରେ ଆଜି ସକାଳୁ ରେସକ୍ୟୁ କାମ ଜାରି ରଖିଛନ୍ତି । ସେହି ଅଞ୍ଚଳରେ ରହିଥିବା ବିଭିନ୍ନ ସ୍ଥାନରେ ସର୍ଚ୍ଚ କରୁଛି ଷ୍ଟ୍ରର୍ମ । ପାଣି ଅଥବା ମାଟି ଭିତରେ ଥିବା ମୃତଦେହକୁ ଖୋଜିବାରେ ମାହିର ବ୍ରହ୍ମପୁର ପୋଲିସର ଏହି ସନ୍ଧାନୀ କୁକୁର ଷ୍ଟ୍ରର୍ମ ।

ତେବେ ସପ୍ତମ ଦିନରେ କେରଳ ୱାୟନାଡ଼ ରେସକ୍ୟୁ ଅପରେସନ । ଦିନ ଯେତେ ଗଡ଼ୁଛି ସେତେ ତ୍ୱରାନ୍ୱିତ ହେଉଛି ଉଦ୍ଧାର କାର୍ଯ୍ୟ । ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଥିବାବେଳେ ଆଗରୁ ଆହୁରି ବି ବଢ଼ିପାରେ । ଏବେ ଉଦ୍ଧାରକାରୀ ଦୁର୍ଗମ ସ୍ଥାନରେ ଏବେ ପହଞ୍ଚି ପାରୁଛନ୍ତି ।

ଇତି ମଧ୍ୟରେ କେରଳ ସରକାର ମୁଣ୍ଡାକାଇ ଏବଂ ଚୁରାଲମାଲାରେ ଭୂସ୍ଖଳନ ପ୍ରଭାବିତ ଲୋକଙ୍କ ପାଇଁ ୪ କୋଟି ଟଙ୍କାର ତତ୍କାଳ ସହାୟତା ଘୋଷଣା କରିବା ସହ ଭୂସ୍ଖଳନ ପ୍ରଭାବିତ ଲୋକଙ୍କ ପାଇଁ ଏକ ନୂଆ ବସତି ସ୍ଥାପନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।

ଅନ୍ୟପଟେ ଏଭଳି ଏକ ବିପର୍ଯ୍ୟୟ ସମୟରେ ଭୂସ୍ଖଳନ ପରେ ବଞ୍ଚିଥିବା ଲୋକେ ଘର ଦ୍ୱାରା ଛାଡ଼ି ଏବେ ରିଲିଫ୍ କ୍ୟାମ୍ପରେ ରହୁଛନ୍ତି । ଯାହାର ସୁଯୋଗ ନେଇ ମାତିଛନ୍ତି ଚୋର । ଘରେ ପଶି କରୁଛନ୍ତି ଚୋରି । ଥାନାକୁ ଆସୁଛି ଏଭଳି ଅନେକ ମାମଲା । ଯାହା ଫଳରେ ଏବେ ନାଇଟ୍ ପାଟ୍ରୋଲ ଆରମ୍ଭ କରିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.