ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନୟୀ ଦିଶାର ନୂତନ ପଦକ୍ଷେପ, ଯୋଗାଇଲା ବିଭିନ୍ନ ପ୍ରଶିକ୍ଷଣ

ଭୁବନେଶ୍ୱର : ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ନୟୀ ଦିଶା ତରଫରୁ ଭୁବନେଶ୍ୱର ଘାଟିକିଆ ଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମଏସଏମଇର ନିର୍ଦ୍ଦେଶକ ପିକେ ଗୁପ୍ତା ଓ ଏସ୍‌ ଏନ୍‌ ନାଏକ ଯୋଗ ଦେଇ ମହିଳାମାନେ କିପରି ନିଜକୁ ସ୍ୱାବଲମ୍ବୀ କରିପାରିବେ ସେ ସମ୍ପର୍କରେ ବୁଝାଇଥିଲେ ।

ନୟୀ ଦିଶା ର ଅଧ୍ୟକ୍ଷା ସସ୍ମିତା ମିଶ୍ର ମହିଳାମାନଙ୍କୁ ସମାଜରେ ଆତ୍ମନିର୍ଭର ଓ ସ୍ୱାବଲମ୍ବୀ କରିବା ପାଇଁ ପିପିଲି ଚାନ୍ଦୁଆ, ପଟ୍ଟଚିତ୍ର ଓ ଓଡ଼ିଆ ସଂସ୍କୃତିକୁ ନେଇ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମହିଳାମାନେ ସ୍ୱାବଲମ୍ବୀ ହେଲେ ସମାଜ ଆଗେଇବ ବୋଲି ସେ କହିଥିଲେ । ଶିବିରିରରେ ବହୁ ମହିଳା ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.