କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତି ଗଲେ ଡ୍ରାଇଭର ଓ ହେଲପର

ଯାଜପୁର (କେନ୍ୟୁଜ): କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ। ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ୫୩ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥର ମହିଶରା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ଏକ କୋଇଲା ବୋଝେଇ ଟ୍ରକ ଏହି ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ ହଠାତ ନିଆଁ ଲାଗିଯାଇଥିଲା।

ତେବେ ଏହି ସମୟରେ ଗାଡିର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.