ଅଳ୍ପରେ ବର୍ତ୍ତିଗଲା ଦୌଡରାଣୀଙ୍କ ଜୀବନ, ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ
ଅଳ୍ପରେ ବର୍ତ୍ତିଗଲା ଦୌଡରାଣୀଙ୍କ ଜୀବନ । ଦୂତୀ ଚାନ୍ଦଙ୍କ କାରକୁ ଧକ୍କା ଦେଲା ଟ୍ରକ । କଟକ ମଧୁପାଟଣା ଥାନା ନିକଟ ବ୍ରିଜ ତଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଓଭରଟେକ୍ ବେଳେ ଦୂତୀ ଚାନ୍ଦଙ୍କ କାରକୁ ଧକ୍କାଦେଲା ଟ୍ରକ୍ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି । ଏନେଇ ଥାନାରେ ଅଭିଯୋଗ ପରେ ମଧୁପାଟଣା ପୋଲିସ ଟ୍ରକ ଚାଳକ କ୍ରିଷ୍ଣା ବୈଠାକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ।
ସୂଚନା ଅନୁଯାୟୀ, ଗତକାଲି ଯାଜପୁରରୁ ଭୁବନେଶ୍ବରକୁ କାର ଯୋଗେ ଦୂତୀ ଓ ତାଙ୍କ ବନ୍ଧୁ ଫେରୁଥିଲେ । ଓଏମପି ଛକରୁ ଏକ ଟ୍ରକ ତାଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ସହିତ ଅଶାଳୀନ ଆଚରଣ କରିଥିଲା । ଯାହା ଫଳରେ ଦୂତୀ ମଧୁପାଟଣା ବ୍ରିଜ ତଳ ରାସ୍ତାରେ ଟ୍ରକକୁ ଆଗକୁ ଯିବାକୁ ନଦେଇ ରାସ୍ତା ଉପରେ ତାଙ୍କ କାର ଛିଡା କରିଥିଲେ । ଏହି ସମୟରେ ଟ୍ରକ ଚାଳକ ଡାହାଣ ପଟରୁ କାରକୁ ଧକ୍କା ଦେଇ ଚାଲିଯିବାକୁ ଚେଷ୍ଟା କରିଥିଲେ । ଦୂତୀ ତାଙ୍କୁ ପିଛା କରି କାଠଯୋଡି ପୋଲ ପୂର୍ବରୁ ଅଟକାଇବା ସହିତ ପୋଲିସକୁ ଜଣାଇଥିଲେ । ଏହି ସମୟରେ ଅନ୍ୟ କିଛି ଟ୍ରକ ଚାଳକ ସେଠାରେ ଅଟକି ଦୂତୀଙ୍କୁ ଖରାପ ବ୍ୟବହାର କରିଥିବା ସେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି । ତେବେ ଦୂତୀ ଓ ତାଙ୍କ ବନ୍ଧୁ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ।