ପଳାଶୁଣୀ ଛକରେ ମହିଳାଙ୍କ ଉପରେ ଚଢିଗଲା ଟ୍ରକ, ଘଟଣାସ୍ଥଳରେ ମୃତ୍ୟୁ

ଭୁବନେଶ୍ବର: ରାସ୍ତା ପାର ହେଉଥିବା ବେଳେ ଚଢିଗଲା ଟ୍ରକ । ଭୁବନେଶ୍ବର ପଳାଶୁଣୀ ଛକରେ ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି । ରାସ୍ତା ପାର ହେବା ବେଳେ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ସ୍ଥାନୀୟଲୋକେ ରାସ୍ତାରୋକ କରିଥିବା ସହ ଉତ୍ତେଜନା ଲାଗି ରହିଛି ।
ଦୁର୍ଘଟଣା ରୋକିବାକୁ ଏଠାରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକ ଦୀର୍ଘବର୍ଷ ଧରି ଦାବି କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ଫୁଟ୍ ଓଭରବ୍ରିଜ୍ ହୋଇପାରିନାହିଁ । ଦୁର୍ଘଟଣା ପାଇଁ କଟକ ଭୁବନେଶ୍ବର ରାସ୍ତା ଜାମ୍ ହୋଇଛି । ପଳାଶୁଣୀରୁ ପାହାଳ ଯାଏଁ ରାସ୍ତା ଜାମ୍ ଦେଖିବାକୁ ମିଳିଛି ।