ଏ ହେଉଛି ନିଚ୍ଛକ ମଣିଷ ପଣିଆ, ବିରଳ ଗ୍ରୁପର ରକ୍ତ ଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ଦିଲ୍ଲୀପ

ବ୍ରହ୍ମପୁର(କେନ୍ୟୁଜ୍): ଜଣେ ଅପରିଚିତ ମହିଳାଙ୍କୁ ବିରଳ ଗ୍ରୁପର ରକ୍ତ ଦାନ କରି ମାନବିକତାର ପରିଚୟ ଦେଇଛନ୍ତି ରାଉରକେଲାର ଜଣେ ବ୍ୟକ୍ତି । ଦିଲ୍ଲୀପ ବାରିକ ନାମକ ଜଣେ ବ୍ୟକ୍ତି ସୁଦୁର ରାଉରକେଲାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଆସି ଜଣେ ପ୍ରସୂତୀ ମହିଳାଙ୍କୁ ରକ୍ତ ଦାନ କରିଛନ୍ତି । ପ୍ରସୂତୀ ମହିଳା ଜଣକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ହିମୋଗ୍ଲୋବିନ କମ୍ ହୋଇଥିଲା । ଏଥିପାଇଁ ତାଙ୍କୁ ରକ୍ତ ନିତ୍ୟାନ୍ତ ଆବଶ୍ୟକ ଥିବା ବେଳେ ତାଙ୍କ ଶରୀରରେ ଥିବା ବ୍ଲଡ ବମ୍ୱେ ଗ୍ରୁପର ବୋଲି ଜଣା ପଡିଥିଲା । ପରେ ଏହି ଗ୍ରୁପ ବିରଳ ଗ୍ରୁପ୍ ହୋଇଥିବା ବେଳେ ବ୍ରହ୍ମପୁର ରକ୍ତ ଭଣ୍ଡାର ପକ୍ଷରୁ ଏହି ବ୍ଲଡ୍ ପାଇଁ ଉଦ୍ୟମ କରାଯାଇଥିଲା । ଏହି ବମ୍ୱେ ବ୍ଲଡ ଗ୍ରୁପ୍ ଥିବା ସଦସ୍ୟ ମାନେ ଏକ ସଂଘ କରିଛନ୍ତି। ଏହି ସଂଘକୁ ଖବର ଦେବା ପରେ ଆଜି ସଂଘ ପକ୍ଷରୁ ଦିଲ୍ଲିପ ଆସି ବ୍ରହ୍ମପୁରଠାରେ ବ୍ଲଡ ଦେଇଛନ୍ତି । ତାଙ୍କର ଏହି ମହତ କାମକୁ ଅନେକ ଲୋକେ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।
ଏହାସହ ପଢନ୍ତୁ: ମଣିଷ ବି ହାର ମାନିବ କୁକୁରର ଏହି ଅଦ୍ଭୁତ ପ୍ରତିଭା ଆଗରେ, ଯିଏ ଦେଖୁଛି ସିଏ ହେଉଛି ଆଶ୍ଚର୍ଯ୍ୟ
ମଣିଷ ଶରୀରରେ ସାଧାରଣତଃ ଏ ପଜେଟିଭ୍, ବି ପଜେଟିଭ୍, ଓ ପଜେଟିଭ୍ , ଏ ନେଗେଟିଭ୍ ଭଳି ବ୍ଲଡ୍ ଗ୍ରୁପ୍ ଥିବା ଆପଣ ମାନେ ଜାଣିଥିବେ ଓ ଶୁଣିଥିବେ । କିନ୍ତୁ ଡାକ୍ତରୀ ଚିକିତ୍ସାରେ ମାନବ ଶରୀରରେ ଏଭଳି ଏକ ବ୍ଲକ ଗ୍ରୁପ୍ ରହିଛି ସେ ଗ୍ରୁପ୍ ନାଁ ଆପଣ କେବେ ମଧ୍ୟ ଶୁଣି ନଥିବେ ବା ଜାଣିନଥିବେ । ଏଭଳି ଏକ ବ୍ଲଡ୍ ଗ୍ରୁପ ହେଲା ‘ବମ୍ୱେ ଗ୍ରୁପ୍’ । ଏହି ବମ୍ବେ ବ୍ଲଡ ଗ୍ରୁପ ବିରଳ ହୋଇଥିବା ବେଳେ ପ୍ରତି ୮ ହଜାର ଲୋକଙ୍କ ମଧ୍ୟରେ ଜଣକ ଶରୀରରେ ଏହି ବ୍ଲଡ୍ ଗ୍ରୁପ ଦେଖାଯାଇଥାଏ । ତେବେ ଏହି ବ୍ଲଡ୍ ଗ୍ରୁପ୍ ଆବଶ୍ୟକ ହେଲେ କେବଳ ଏହି ଗ୍ରୁପର ବ୍ଲଡ ଦେବାକୁ ପଡିଥାଏ । ଏଭଳି ଏକ ବ୍ଲଡ୍ ଗ୍ରୁପର ରକ୍ତ ପାଇଁ ଦୀର୍ଘ ୮ ଦିନ ହେଲା ଖୋଜୁଥିଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ମୁଣ୍ଡେଇସିଙ୍ଗ ଗାଁର ନାରାୟଣ ରଇତ । ନାରାୟଣ ରଇତଙ୍କ ସ୍ତ୍ରୀ ସିବତା ରଇତ ଗର୍ଭବତୀ ଥିବା ବେଳେ ତାଙ୍କୁ ପ୍ରସବ ପାଇଁ ବ୍ରହ୍ମପୁର ମେଡିକାଲ ଅଣାଯାଇଥିଲା। ପ୍ରସୂତୀ ପରେ ତାଙ୍କର ଶରୀରରୁ ହିମୋଗ୍ଲୋବିନ୍ କମ୍ ହେବା ଯୋଗୁଁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ। କିନ୍ତୁ ପରୀକ୍ଷା ପରେ ଜଣାପଡିଥିଲା ତାଙ୍କ ଶରୀରରେ ଥିବା ବ୍ଲଡ ଗ୍ରୁପଟି ବିରଳ ଓ ବମ୍ୱେ ଗ୍ରୁପର । ଏଥିପାଇଁ ତାଙ୍କୁ ବହୁ ଖୋଜାଖୋଜି ପରେ ମଧ୍ୟ ଏହି ଗ୍ରୁପର ରକ୍ତ ମିଳିନଥିଲା । ପରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ କାର୍ଯ୍ୟରତ ଡାକ୍ତର ରଶ୍ମିତା ଏଭଳି ବ୍ଲଡ ଗ୍ରୁପର ଏକ ସଂଘକୁ ଖବର ଦେଇଥିଲେ । ଆଜି ସୁଦୁର ରାଉରକେଲାରୁ ଆସି ଦିଲ୍ଲୀପ ବାରିକ ନାମକ ଜଣେ ବ୍ୟକ୍ତ ରକ୍ତ ଦାନ କରିଛନ୍ତି । ଏହାକୁ ନେଇ ନାରାୟଣ ବେଶ ଖୁସି ଥିବା ବେଳେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହାସହ ପଢନ୍ତୁ: ଜାଣନ୍ତୁ ବିହାର ଲୋକେ କାହିଁକି ପାକିସ୍ତାନ ନାଁକୁ ଅଧିକ ଘୃଣା କରନ୍ତି
ନାରାୟଣଙ୍କ ସ୍ତ୍ରୀଙ୍କ ପ୍ରସୂତୀ ହେବା ପରେ ତାଙ୍କର ଅବସ୍ଥା ଗୁରୁତର ହୋଇଯାଇଥିଲା ଓ ତାଙ୍କୁ ରକ୍ତ ନିହାତି ଆବଶ୍ୟକ ଥିଲା । ନାରାୟଣଙ୍କ ପରିବାର ଗିରବ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଆସିଥିବା ହେତୁ ଗତ ୮ ଦିନ ଧରି ରକ୍ତ ସଂଗ୍ରହ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରବର୍ତ୍ତୀ ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଜନପ୍ରତିନିଧିଙ୍କ ସହାୟତା ଲୋଡିବା ପରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ଡାକ୍ତରଙ୍କ ସହଯୋଗ ଲୋଡାଯାଇଥିଲା । ପରେ ସେହି ଡାକ୍ତର ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଜଣାଇଥିଲେ। ସେହି ଅନୁଷ୍ଠାନର ଦିଲ୍ଲୀପ ବମ୍ବେ ଗ୍ରୁପର ହୋଇଥିବାରୁ ସେ ରକ୍ତ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଶେଷରେ ଆଜି ବ୍ରହ୍ମପୁର ରକ୍ତ ଭଣ୍ଡାରରେ ଦିଲ୍ଲୀପ ରକ୍ତ ଦାନ କରିଛନ୍ତି । ଦିଲ୍ଲୀପ ରକ୍ତଦେଇ ଫେରିବା ପରେ ତାଙ୍କୁ ସ୍ଥାନୀୟ ଲୋକେ ଓ ପ୍ରସୂତିଙ୍କ ପରିବାର ସାଧୁବାଦ ଜଣାଇଛନ୍ତି। ଏହା ସହ ଜଣେ ନିରୀହ ମହିଳାଙ୍କ ଜୀବନ ଦାନ କରି ଥିବା ହେତୁ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।ସେପଟେ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ମହିଳାଙ୍କୁ ଆଉ ଏକ ଏହି ବ୍ଲଡ୍ ଗ୍ରୁପର ରକ୍ତ ଆବଶ୍ୟକତା ଥିବାର ଡାକ୍ତର କହିଛନ୍ତି। ।