କେବେ ଦେଖିନଥିବେ ଏମିତି ମାଛ, ଯାହାର ଦାମ ସାଢ଼େ ସାତ ଲକ୍ଷ ଟଙ୍କା

ଭଦ୍ରକ(କେନ୍ୟୁଜ୍):  ଶହେ, ହଜାରେ କି ଲକ୍ଷେ ନୁହେଁ। ସାଢ଼େ ସାତ ଲକ୍ଷ ଟଙ୍କିଆ ମାଛ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ସତ ଘଟଣା। ଭଦ୍ରକ ଜିଲ୍ଲା ଧାମରା ଚାନ୍ଦିନିପାଳରୁ ଧୀବରମାନେ ଏହି ବିରଳ ପ୍ରଜାତିର ମାଛ ଜବତ ହୋଇଛି। ଏହାର ଦାମ୍‌ ୭ ଲକ୍ଷ ୪୯ ହଜାର ଟଙ୍କା। ଏହି ମାଛର ନାଁ ଡୋନ୍‌ ସାଗର। ଏହାର ଓଜନ ୧ କ୍ୱିଣ୍ଟାଲରୁ ଅଧିକ ହେବ। ଚେନ୍ନାଇର ଏକ କଂପାନୀ ମାଛଟିକୁ ୭ଲକ୍ଷ ୪୯ହଜାର ଟଙ୍କାରେ କିଣିଛି। ଗତକାଲି ରାତିରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଥିବାବେଳେ ମାଛଟି ସେମାନଙ୍କ ଜାଲରେ ପଡିଥିଲା। ଡୋନ୍‌ ସାଗରକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.