ସମୁଦ୍ର ଗର୍ଭରେ ନିଆରା ବାର୍ତ୍ତା : ଚର୍ଚ୍ଚାରେ ଦୁବାଇରେ ରହୁଥିବା ଓଡିଶାର ବାପା-ଝିଅ
ସମୁଦ୍ରର ୭୦ ଫୁଟ ଗଭୀର ପାଣିରୁ ଜଳବାୟୁ ପରିବର୍ତ୍ତନ ନେଇ ନିଆରା ବାର୍ତ୍ତା । ପୁଣି ଚର୍ଚ୍ଚାରେ ଦୁବାଇରେ ରହୁଥିବା ଓଡ଼ିଆ ବାପା-ଝିଅ ସ୍କୁବା ଡାଇଭିଂ ଯୋଡି । ଦୁବାଇରେ ଅନୁଷ୍ଠିତ 'ସିଓପି ୨୮- COP 28' ସମ୍ମିଳନୀ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦେଇଛନ୍ତି ସମ୍ବଲପୁରର ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ ଝିଅ ତିସ୍ୟା ପାଣିଗ୍ରାହୀ ।
କେନ୍ୟୁଜ(ବ୍ୟୁରୋ) : ସମୁଦ୍ରର ୭୦ ଫୁଟ ଗଭୀର ପାଣିରୁ ଜଳବାୟୁ ପରିବର୍ତ୍ତନ ନେଇ ନିଆରା ବାର୍ତ୍ତା । ପୁଣି ଚର୍ଚ୍ଚାରେ ଦୁବାଇରେ ରହୁଥିବା ଓଡ଼ିଆ ବାପା-ଝିଅ ସ୍କୁବା ଡାଇଭିଂ ଯୋଡି । ଦୁବାଇରେ ଅନୁଷ୍ଠିତ ‘ସିଓପି ୨୮- COP 28’ ସମ୍ମିଳନୀ ଉଦ୍ଦେଶ୍ୟରେ ଏହି ବାର୍ତ୍ତା ଦେଇଛନ୍ତି ସମ୍ବଲପୁରର ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ ଝିଅ ତିସ୍ୟା ପାଣିଗ୍ରାହୀ ।
ୟୁଏଇର ଜାତୀୟ ଦିବସରେ ମାଲଦ୍ୱୀପ ଠାରେ ପ୍ରାୟ ୭୦ଫୁଟ ଗଭୀରରେ ଡାଇଭ କରିଛନ୍ତି ଏହି ବାପା ଝିଅ ଆଡଭାନ୍ସ ସ୍କୁବା ଡାଇଭର ଯୋଡି । ସମୂଦ୍ରର ସ୍ଫଟିକ ପରିଷ୍କାର ଜଳର ରଙ୍ଗୀନ ପ୍ରବାହ ଏବଂ ବିରଳ ସାମୁଦ୍ରିକ ଜୀବଙ୍କ ଘେରରେ ପ୍ଲାକାର୍ଡ ଧରି ଜଳବାୟୁ ପରିବର୍ତ୍ତନ ନେଇ ବାର୍ତ୍ତା ଦେଇଛନ୍ତି ।
ଯେଉଁଠି COP 28ର ଥିମ – UNITE. ACT. DELIVER ଓ COP 28 ୟୁଏଇର ଲୋଗୋ ରହିଛି । ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନା ବଢାଇବା ଓ ଏଥିପ୍ରତି ବିଶ୍ବସମୁଦାୟଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏହି ବାପା-ଝିଅ ସ୍କୁବା ଡାଇଭିଂ ଯୋଡିଙ୍କ ଏହି ପ୍ରୟାସକୁ ସବୁଠି ପ୍ରଶଂସା କରାଯାଉଛି ।