୫୦୦ ଲିଟର ଦେଶୀ ମଦ ବୋଝେଇ ଥିବା ଗାଡ଼ି ଜବତ, ଜଣେ ଗିରଫ

ବାଙ୍କୀ: ଦଶହରା ପୂଜା ଓ ବାଙ୍କୀ ମହୋତ୍ସବ ପୂର୍ବରୁ ଚୋରା ଦେଶୀ ମଦ ବିକ୍ରିକୁ ରୋକିବା ପାଇଁ ଚଢାଉ ଜାରି ରଖିଛି ଅବକାରୀ ବିଭାଗ । ଏହି ପାପେକ୍ଷୀରେ ଆଠଗଡ଼ରୁ ଖୋର୍ଦ୍ଧା ଯାଉଥିବା ଏକ ଦେଶୀ ମଦ ବୋଝେଇ ଟାଟା ସୁମୋ ଗାଡ଼ିକୁ ଜବତ କରିଛି ବାଙ୍କୀ ଅବକାରୀ ବିଭାଗ ।
ଏହି ମଦ ସବୁ ଖୋର୍ଦ୍ଧା ଯାଉଥିବାବେଳେ ବାଙ୍କୀ ହରିହର ଭେଟ ଛକରେ ପୋଲିସ୍ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ । ଗାଡିରେ ୧୭ ଗୋଟି ଜାରରେ ପ୍ରାୟ ୫ଶହ ୧୦ଲିଟର ଦେଶୀ ମଦ ରହିଥିଲା । ମଦର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ କହିଛନ୍ତି ।
ଗାଡିକୁ ଧରିବାବେଳକୁ ଡ୍ରାଇଭର ଗାଡିରୁ ଓହ୍ଲାଇ ଦୌଡ଼ି ପଳାଇଥିଲା । ଗାଡ଼ିରେ ଥିବା ଆଉ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବାଙ୍କୀ ଅବକାରୀ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି।