ଜଙ୍ଗଲ ନିଆଁରେ ଜଳିଗଲା ବନ ବିଭାଗର ଗାଡି
ଜଙ୍ଗଲ ଭିତରେ ଜଳିଗଲା ବନବିଭାଗର ଗାଡି । ଜଙ୍ଗଲ ପାଖରେ ଗାଡି ରଖି ଭିତରକୁ ନିଆଁ ଲିଭାଇବାକୁ ଯାଇଥିବା ବେଳେ ଗାଡିରେ ଲାଗିଗଲା ନିଆଁ । ସଦର ଫରେଷ୍ଟ ରେଂଜ ଭବାନୀପୁର ନିକଟରେ ଘଟିଛି ଘଟଣା ।
ସୁନ୍ଦରଗଡ (କେନ୍ୟୁଜ) : ଜଙ୍ଗଲ ଭିତରେ ଜଳିଗଲା ବନବିଭାଗର ଗାଡି । ଜଙ୍ଗଲ ପାଖରେ ଗାଡି ରଖି ଭିତରକୁ ନିଆଁ ଲିଭାଇବାକୁ ଯାଇଥିବା ବେଳେ ଗାଡିରେ ଲାଗିଗଲା ନିଆଁ । ସଦର ଫରେଷ୍ଟ ରେଂଜ ଭବାନୀପୁର ନିକଟରେ ଘଟିଛି ଘଟଣା ।
ଜଙ୍ଗଲ ଭିତରେ ନିଆଁ ଲାଗିଥିବା ଖବର ପାଇବା ପରେ ଏକ ଟିମ ସେଠାକୁ ଯାଇଥିଲା । ତେବେ ବନ ବିଭାଗର ଏହି ଗାଡିରେ କିଭଳି ଭାବରେ ନିଆଁ । ଲାଗିଲା ତାହା ଜଣାପଡିନାହିଁ । ଅନ୍ୟପଟେ ବନ ବିଭାଗର ଅଧିକାରୀ ମଧ୍ୟ ବର୍ତ୍ତମାନ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।