ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ ଆର୍.ପି.ଏଫ୍ ର ମହିଳା କନଷ୍ଟେବଳ

ବାଲେଶ୍ଵର : ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ଆର୍.ପି.ଏଫ୍ ର ମହିଳା କନଷ୍ଟେବଳ ।  ଧକ୍କା ଦେଲା ଯାଜପୁର ଲୋକାଲ ଟ୍ରେନ ମହିଳା କନଷ୍ଟେବଳଙ୍କ ଦୁଇ ଗୋଡ଼ରେ ଶକ୍ତ ଆଘାତ ଲାଗିଛି ।  ଏଭଳି ଏକ ଘଟଣା ଘଟିଛି ବାଲେଶ୍ଵର ରେଳ ଷ୍ଟେସନରେ ।

ଟ୍ରେନ ଧକ୍କାରେ ଆର୍ ପି ଏଫ୍ ର ମହିଳା କନଷ୍ଟେବଳ ଜି କବିତା ଗୁରୁତର ହୋଇଯାଇଛନ୍ତି ।  ଚିକିତ୍ସା ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି । ସୂଚନାନୁସାରେ ଆଜି ସକାଳ ୮ .୩0 ସମୟରେ ଏହି ଘଟଣା ଘଟିଥିଲା ।

ଏହାପରେ ସଙ୍ଗେ ସଙ୍ଗେ ଜି.ଆର୍.ପି ପକ୍ଷରୁ ଗୁରୁତର ମହିଳା କନଷ୍ଟେବଳଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।