ବୁର୍ଲା ମେଡ଼ିକାଲରେ ଏକା ଥରକେ ୪ଟି ଶିଶୁ ଜନ୍ମ ଦେଲେ ଜଣେ ମହିଳା: ୩ଟି କନ୍ଯା ଓ ଗୋଟିଏ ଶିଶୁ ପୁତ୍ର

ସମ୍ବଲପୁର(କେନ୍ୟୁଜ୍): ଆଶ୍ଚର୍ଯ୍ଯ ନୁହେଁ ସତ। ବୁର୍ଲା ମେଡ଼ିକାଲରେ ଜଣେ ମହିଳା ଏକା ଥରକେ ଜନ୍ମ ଦେଇଛନ୍ତି ୪ଟି ଶିଶୁ । ସୋନପୁର ବାଞ୍ଜିପାଲି ଗ୍ରାମର ଜଣେ ମହିଳା କୁନି ସୁନା ଜନ୍ମ ଦେଇଛନ୍ତି ଏହି ଶିଶୁ ମାନଙ୍କୁ। ଶିଶୁ ମାନଙ୍କ ମଧ୍ୟରେ ୩ଟି କନ୍ଯା ସନ୍ତାନ ଥିବାବେଳେ ଗୋଟିଏ ଶିଶୁ ପୁତ୍ର ରହିଛି। ମା ସହ ୪ ଜଣ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ମେଡିକାଲ କତୃପକ୍ଷ ସୂଚନା ଦେଇଛନ୍ତି ।

ଅନ୍ଯପଟେ ଭୀମସାରରେ ଏପରି ଘଟଣା ପ୍ରଥମ ବୋଲି ବିଭାଗୀୟ ମୁଖ୍ଯ କହିଛନ୍ତି । ଶିଶୁ ମାନଙ୍କର ଓଜନ ଏକ କିଲୋଗ୍ରାମ ମଧ୍ୟରେ ରହିଛି। ତେବେ ଶିଶୁ ମାନଙ୍କର ସ୍ବତନ୍ତ୍ର ଯତ୍ନ ନେବା ପାଇଁ ମେଡିକାଲ ପକ୍ଷରୁ ସବୁ ପ୍ରକାର ବ୍ଯବସ୍ଥା କରାଯାଇଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.