ଜମିବାଡ଼ି ବିବାଦ: ଠେଙ୍ଗାରେ ପିଟିପିଟି ମହିଳାଙ୍କୁ ହତ୍ୟା, ଦୁଇ ଅଟକ

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖଣ୍ଟଘର ଗାଁର ପାରାଭାଡି ସାହିରେ ଘଟିଛି ଜଘନ୍ୟ ହତ୍ୟା କାଣ୍ଡ। ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି। ମୃତକ ହେଲେ କୁନ୍ତଳା ନାୟକ । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି।

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଖଣ୍ଟଘର ଗାଁର ପାରାଭାଡି ସାହିରେ ଘଟିଛି ଜଘନ୍ୟ ହତ୍ୟା କାଣ୍ଡ ।  ଜମିବାଡ଼ି ବିବାଦକୁ ନେଇ ଜଣେ ମହିଳାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ମୃତକ ହେଲେ କୁନ୍ତଳା ନାୟକ । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି ।

ସୂଚନା ଅନୁସାରେ ମୃତ ମହିଳା ଜଣକ ଗ୍ରାମର ବଂଶୀଧର ନାୟକଙ୍କ ପତ୍ନୀ କୁନ୍ତଳା ନାୟକ ବୋଲି ଜଣାପଡିଛି। ତାଙ୍କୁ ଘର ବାରଣ୍ଡାରେ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି ।‌ ଘଟଣାସ୍ଥଳରେ ଘଟଗାଁ ପୋଲିସ ଓ ସାଇଣ୍ଟିଫିକ୍ ଟିମ ଆଜି ସକାଳୁ ପହଞ୍ଚି ତଦନ୍ତ କରିଛନ୍ତି । ଜମିବାଡ଼ି ବିବାଦକୁ ନେଇ ରବୀନ୍ଦ୍ର ନାୟକ ଓ ତାଙ୍କର ଦୁଇ ପୁଅ ମଙ୍ଗଳୁ ନାୟକ, ପୁରେନ୍ଦ୍ର ନାୟକ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରେ ସଂପୃକ୍ତ ରବୀନ୍ଦ୍ର ନାୟକ ଓ ତାଙ୍କ ପୁଅ ମଙ୍ଗଳୁ ନାୟକକୁ ପୁଲିସ ଥାନାରେ ଅଟକ ରଖିଥିବା ବେଳେ ଅନ୍ୟତମ ପୁଅ ପୁରେନ୍ଦ୍ର ନାୟକ ଫେରାର ଥିବା ଜଣାପଡିଛି।

 

 

Leave A Reply

Your email address will not be published.