ବ୍ରାଉନ ସୁଗର ବିକ୍ରି କରୁଥିବା ମହିଳାଙ୍କୁ ରାସ୍ତା ଉପରେ ନିର୍ଦ୍ଧୁମ ଛେଚିଲେ ମହିଳା

ସୁନ୍ଦରଗଡ(କେନ୍ୟୁଜ୍‌): ବ୍ରାଉନ ସୁଗର ବିକୁଥିବା ମହିଳାଙ୍କୁ ଧରିଲେ ମହିଳା । ଉତ୍ତମ ମଧ୍ୟମ ଦେଇ ପୋଲିସରେ ଜିମା ଦେଲେ। ସୁନ୍ଦରଗଡ ଜିଲ୍ଲା ପତ୍ରାପଡା ଅଂଚଳରେ ଜଣେ ମହିଳା ଧଳା ଜହର ବିକ୍ରୀ କରୁଥିବା ସନ୍ଦେହରେ ସ୍ଥାନୀୟ ଅଂଚଳର କିଛି ମହିଳା ତାଙ୍କୁ ଧରିବା ସହ ମାଡ ମାରିଥିଲେ। ପରେ ଟାଉନ ପୋଲିସ ଘଟଣା ସ୍ଥଳରେ ପହଂଚି ମହିଳାଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ମହିଳାଙ୍କ ବ୍ୟାଗରୁ କିଛି ପରିମାଣର ଧଳା ଜହର ବାହାରିଥିଲା। ମହିଳା ଜଣକ ଅନେକ ବର୍ଷ ହେବ ବ୍ରାଉନସୁଗାର କାରବାର କରୁଥିଲେ। ଅନ୍ୟପଟେ ରାଜଗାଙ୍ଗପୁର ପୋଲିସ ଗତକାଲି ୧୦ ଗ୍ରାମ ୬୦୦ ମିଲିଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.