ଜଙ୍ଗଲରୁ ମିଳିଲା ମହିଳାଙ୍କ ଅଧାପୋଡ଼ା ମୃତଦେହ, ହତ୍ୟା ସନ୍ଦେହ
ବଲାଙ୍ଗିିର (କେନ୍ୟୁଜ): ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ବଲାଙ୍ଗିିର ଜିଲ୍ଲା ସଇଁତଲା ବ୍ଲକ ଦେଢ଼ଲ ଗାଁ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ସଇଁତଲା ପୋଲିସ। ଜଙ୍ଗଲ ଭିତରେ ମହିଳାଙ୍କୁ ହତ୍ୟା କରିବା ପରେ ପୋଡି ଦେଇଥିବା ସନ୍ଦେହ କରାଯାଉଛି। ତାଙ୍କ ନାଁ ରତିନି ରଣା, ବୟସ ୫୫ ବର୍ଷ। ତେବେ କିଏ ଓ କାହିଁକି ମହିଳାଙ୍କୁ ହତ୍ୟା କଲା ସେନେଇ କାରଣ ଜଣାପଡ଼ିନି। ଟିଟିଲାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।