ଖୋର୍ଦ୍ଧା: ଟାଙ୍ଗୀ ସୋରଣରେ ଅଘଟଣ, ପାଣି କାଢୁଥିବା ବେଳେ କୂଅରେ ଗଳିପଡି ମହିଳା ମୃତ

ଟାଙ୍ଗୀ(କେନ୍ୟୁଜ୍): କୂଅରୁ ପାଣି କାଢୁଥିବା ବେଳେ କୂଅରେ ଗଳିପଡି ମହିଳା ମୃତ । ମୃତକଙ୍କ ନାମ  ପ୍ରତିମା ବେହେରା ଓ ତାଙ୍କ ବୟସ ୩୫ ବର୍ଷ ବୋଲି ଜଣା ପଡିଛି  । ଖୋର୍ଦ୍ଧା  ଜିଲ୍ଲା ଟାଙ୍ଗୀ ଥାନା ସୋରଣ ବେଣା ଗାଡିଆ ସାହିର ବୋଲି ଜଣା ପଡିଛି  । ବର୍ଷା ପବନ ଯୋଗୁଁ   ସୋରଣ ଅଂଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ଥିବା ଯୋଗୁଁ ପ୍ରତିମା କୂଅରୁ ବାଲଟି ସାହାର୍ଯ୍ୟରେ ପାଣି କାଢୁଥିଲେ। ପାଣି କାଢୁଥିବା ବେଳେ କୂଅ ଉପରେ ପଡିଥିବା ସିମେଣ୍ଟ ସ୍ଲାବ ହଠାତ୍ ଭାଙ୍ଗି ଯାଇଥିଲା, ଯାହା ଫଳରେ ମହିଳା ଜଣକ ଭାରସାମ୍ୟ ହରାଇ କୁଅକୁ ଭିତରକୁ ଗଳି ପଡିଥିଲେ ।

ମହିଳା ଜଣଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ଗ୍ରାମବାସୀଙ୍କ ସବୁ ଉଦ୍ୟମ  ବିଫଳ ହୋଇଗଲା। ପରେ  ଅଗ୍ନୀଶମ ବାହିନୀକୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣା ସ୍ଥଳରେ ଅଗ୍ନୀଶମ ବାହିନୀ ପହଞ୍ଚି  ମହିଳାଙ୍କୁ ଉଦ୍ଧାର କରି ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ  ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ମହିଳାଙ୍କର ଛୋଟ ପୁଅ ଝିଅ ଦୁଇଟି  ଥିବା ଜଣା ପଡିଛି ।

Leave A Reply

Your email address will not be published.