ଆଗାମୀ ୩ ଘଣ୍ଟା ପାଇଁ ସତର୍କ, ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ସହ ଝିପିଝିପି ବର୍ଷା । ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି । କେଉଁଠି ହାଲୁକା ତ କେଉଁଠି ମଧ୍ୟମ ଧରଣର ବର୍ଷା । ଦେହ ଥରାଇ ଦେଉଛି ବର୍ଷା ସାଙ୍ଗକୁ ଥଣ୍ଡା ପବନ । ଆଜି ବି ବର୍ଷିବ ।  ତେବେ ବର୍ତ୍ତମାନ ୩ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।  ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ କୁହାଯାଇଛି । ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ , ଯାଜପୁର, ଭଦ୍ରକ, ଜଗତସିଂହପୁର, ପୁରୀ, କଳାହାଣ୍ଡି, ବଲାଙ୍ଗୀର ଏବଂ କେନ୍ଦ୍ରାପଡାକୁ ସତର୍କତା ଜାରି କରାଯାଇଛି ।

ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ନେଇ ଟ୍ବିନସିଟିକୁ ଜାରି ହୋଇଛି ୟେଲୋ ଆଲର୍ଟ।  ଆଜିଠୁ ବର୍ଷା କମିବା ସହ ରାଜ୍ୟରେ ଶୀତ ବଢ଼ିବ । କମିବ ସର୍ବନିମ୍ନ ତାପମାତ୍ରା। ପଶ୍ଚିମା ବାୟୁ ପ୍ରଭାବରେ ଓଡ଼ିଶାରେ ପୁଣି ୨୭ ବେଳକୁ ବର୍ଷା ସମ୍ଭାବାନ ରହିଛି । ୨୭ ତାରିଖ ସନ୍ଧ୍ୟା ପରେ କିମ୍ବା ୨୮ ତାରିଖରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ ।