ରାଜ୍ୟ

ବାଲେଶ୍ୱର : ବସ୍ତାରେ ନୃଶଂସ କାଣ୍ଡ, ଯୁବକଙ୍କୁ ନିର୍ମମ ଭାବେ ପିଟି ପିଟି ମାରିଦେଲେ ।

ବାଲେଶ୍ୱର(କେନ୍ୟୁଜ୍‌) :  ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗୁଣ୍ଡୁରିପଦା ଅଞ୍ଚଳରେ ଘଟିଯାଇଛି ଏକ ଅମାନବୀୟ ବର୍ବୋରଚିତ ହତ୍ୟାକାଣ୍ଡ । ଯାତ୍ରା ଦେଖି ଯାଇଥିବା ଜଣେ ଯୁବକଙ୍କୁ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରାଯାଇଥିବା ଜଣାଯାଇଛି । ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଜଣାଯାଇଛି । ମୃତକ ହେଲେ ସ୍ଥାନୀୟ ଉଇଟିକିରି ଗ୍ରାମର ସରୋଜ ଜେନାଙ୍କ ପୁଅ ସ୍ବାଭିମାନ ସାଗରଜ୍ୟୋତି ଓରଫ୍‌ ବଣ୍ଟି(୨୧) ।

ପ୍ରାପ୍ତ ସୂଚନାନୁଯାୟୀ, ଉଇଟିକିରି ଗାଁଠାରୁ ଦେଢ଼ କିଲୋମିଟର ଦୂର ଗୁଣ୍ଡୁରିପଦା ଗ୍ରାମର ଦୋଳପଡ଼ିଆ ଠାରେ ଯାତ୍ରା ଚାଲିଥିବା ବେଳେ ସେଠାରେ ପ୍ରବଳ ଜନସମାଗମ ହୋଇଥିଲା । ତେବେ ସ୍ବାଭିମାନ ଓରଫ୍‌ ବଣ୍ଟି ‌ନିଜ ବାଇକ୍‌ ଧରି ସେଠାକୁ ଯାଇଥିଲେ । ରାତି ପ୍ରାୟ ସାଢ଼େ ୩ଟା ବେଳେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଏକ ଶ୍ମଶାନ ନିକଟରେ ଫିଙ୍ଗା ଯାଇଥିବା ପରିବାର ଲୋକଙ୍କୁ ଖବର ଆସିଥିଲା । ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତାଙ୍କ ହାତଗୋଡ଼ ବନ୍ଧା ହୋଇଥିବା ବେଳେ ମୁଣ୍ଡ ଏବଂ ହାତଗୋଡ଼ରେ ଗଭୀର କ୍ଷତଚିହ୍ନ ଦେଖାଯାଇଥିଲା। ତାଙ୍କ ବାଇକ୍‌ ଓ ମୋବାଇଲ ସେଠାରେ ନଥିଲା ।

ଖବର ପାଇ ବସ୍ତା ଥାନା ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଯୁବକଙ୍କୁ ବାଲେଶ୍ବର ବଡ଼ଡାକ୍ତରଖାନାକୁ ନେଇ ଆସିଥିଲେ। ଡାକ୍ତର ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ । ସେପଟେ ସ୍ବାଭିମାନ ବିରୋଧରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଥିବା ଜଣାଯାଇଛି । ପୂର୍ବଶତ୍ରୁତାକୁ କେନ୍ଦ୍ର କରି କେହି ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି ।

ଏହାଛଡ଼ା ଗୁଣ୍ଡୁରିପଦା ଅଞ୍ଚଳରେ ଗତକାଲି ଯାତ୍ରା ଚାଲିଥିବା ବେଳେ ବିଳମ୍ବିତ ରାତିରେ ସ୍ବାଭିମାନ ଏବଂ ତାର କିଛି ସାଙ୍ଗ ସେ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ଚୋରି କରୁଥିଲେ ବୋଲି ଅଭିଯୋଗ ହୋଇଛି । ଆଖପା‌ଖର ଲୋକ ଉଠି ପଡ଼ି ପାଟି କରିବାକୁ ସ୍ଥାନୀୟ ଲୋକ ସେମାନଙ୍କୁ କାବୁ କରି ମାଡ଼ ମାରିଥିଲେ। ସ୍ବାଭିମାନ ସହ ଯାଇଥିବା ଅନ୍ୟ ପିଲାମାନେ ସେଠାରୁ ଖସି ପଳାଇବାରେ ସଫଳ ହୋଇଥିଲେ ମଧ୍ୟ ସେ ଯାଇ ପାରିନଥିଲେ। ତାଙ୍କ ହାତଗୋଡ଼ ବାନ୍ଧି ପ୍ରବଳ ମାଡ଼ ମରାଯାଇଥିବା ଜଣାପଡ଼ିଛି । ତେବେ ଯଦି ଜଣେ ଅପରାଧ କରେ ତାକୁ ପୋଲିସରେ ନଦେଇ ଆଇନକୁ ହାତକୁ ନେବା କେତେ ଦୂର ଠିକ୍‌ ତାକୁ ନେଇ ସାଧାରଣରେ ଚର୍ଚ୍ଚା ଚାଲିଛି । ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

Niharanjan

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago