ସହିପାରିଲେନି ପ୍ରେମିକାର ପ୍ରତାରଣା, ହ୍ବାଟ୍ସଆପ୍ରେ ଷ୍ଟାଟସ୍ ଦେଇ ଜୀବନ ହାରିଲେ ଯୁବକ
ସହି ପାରିଲେନି ପ୍ରେମରେ ଧୋକା । ସୋସିଆଲ୍ ମିଡିଆରେ ଷ୍ଟାଟସ୍ ଦେଇ ସୁଇସାଇଡ୍ । ହ୍ଵାଟସ୍ ଆପ୍ରେ ଷ୍ଟାଟସ୍ ଦେଇ ଆତ୍ମହତ୍ୟା କଲେ ଯୁବକ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁଚୁଅାଁ ଗାଁରେ ଏହି ଘଟଣା ଘଟିଛି ।

ଧର୍ମଗଡ (କେନ୍ୟୁଜ): ସହି ପାରିଲେନି ପ୍ରେମରେ ଧୋକା । ସୋସିଆଲ୍ ମିଡିଆରେ ଷ୍ଟାଟସ୍ ଦେଇ ସୁଇସାଇଡ୍ । ହ୍ଵାଟସ୍ ଆପ୍ରେ ଷ୍ଟାଟସ୍ ଦେଇ ଆତ୍ମହତ୍ୟା କଲେ ଯୁବକ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁଚୁଅାଁ ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଧର୍ମଗଡ ଥାନା ଅଏଁଲାଯୋର ଗାଁର ହିମାଂଶୁ ଭଇଁସାଲ । ସେ ଡ୍ରାଇଭର ଭାବରେ କାମ କରୁଥିଲେ । ନିଜ ହାତକୁ କାଟି ଦେଇଛନ୍ତି ହିମାଂଶୁ । ଜଣେ ଝିଅ ପାଇଁ ଜୀବନ ହାରିଥିବା ହ୍ଵାଟ୍ସ ଆପ୍ ଷ୍ଟାଟସରେ ଉଲ୍ଲେଖ କରିଛନ୍ତି । ପ୍ରେମରେ ଧୋକା ଖାଇବା ପରେ ନିଜକୁ ଶେଷ କରି ଦେଇଥିବା ସୂଚନା ମିଳିଛି । କୋକସରା ଥାନା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ଖୋଳତାଡ କରୁଛି ।
ଯୁବକ ଜଣେ ଭାଲୁଚୁଆ ଗ୍ରାମରେ ଜେସିବି ଗାଡି ଡ୍ରାଇଭର ଭାବେ କାମ କରୁଥିଲେ। ସକାଳ ପାହିଲା ବେଳକୁ ଲୋକମାନେ ଦେଖି କୋକସରା ପୋଲିସକୁ ଖବର ଦେଇଥିଲେ ତେବେ ତାଙ୍କ ମୋବାଇଲ ଷ୍ଟାଟସ ଭାଇରାଲ ହୋଇଥିବା ଯୋଗୁଁ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି । ଏପରିକି ଷ୍ଟାଟସରେ ଜଣେ ଯୁବବତୀଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରୁଥିବା ଦୃଶ୍ଯ ଥିବା ମଧ୍ୟ ଜଣାପଡିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ଯବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି। ଶବ ବ୍ଯବଛେଦ ରିପୋର୍ଟ ଆସିଲା ପରେ ସତ୍ୟାସତ୍ୟ ଆସି ପାରିବ ବୋଲି ପୋଲିସ ସୂଚନା ଦେଇଛି।