ଆନନ୍ଦପୁର : ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ । ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ବେଲଦା ଗାଁରେ ବିଷାକ୍ତ ସାପ କାମୁଡ଼ାରେ ପାଗଳ ଦେହୁରୀଙ୍କ ପୁଅ ସିପୁର ଜୀବନ ଯାଇଛି । ଗତକାଲି ରାତିରେ ସିପୁ ଖାଇବା ପରେ ଶୋଇବାକୁ ଯାଇଥିଲା । ରାତି ୩ରୁ ତାକୁ ସାପ କାମୁଡି ଦେଇଥିବା କହିବା ପରେ ପରିବାର ଲୋକେ ପ୍ରଥମେ ତାକୁ ସାଇଁକୁଳ ମେଡିକାଲକୁ ନେଇଯାଇଥିଲେ ହେଲେ ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଆନନ୍ଦପୁର ମେଡିକାଲକୁ ନେଇ ଆସିବାପରେ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯବାନ ପୁଅର ମୃତ୍ୟୁପରେ ପରିବାରରେ ଶୋକରଛାୟା ଖେଳିଯାଇଛି ।
Also read : ରାଜ୍ୟରେ ମିଳୁନି ଭତ୍ତା, ବଢୁଛି ହିତାଧିକାରୀଙ୍କ ଦୁର୍ଦ୍ଦଶା