ପୋଖରୀକୁ ଗାଧୋଇ ଯିବାବେଳେ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ବାଙ୍କୀ : ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଯୁବକ ମୃତ । ମୃତ ଯୁବକ ଜଣକ ବାଙ୍କୀ ଥାନା ଅନ୍ର୍ତଗତ ବରପୁଟ ଗ୍ରାମ ପଞ୍ଚାୟତର ପଥୁରୀପଡା ଗାଁର ଭରତ ଦେହୁରୀ । ଆଜି ସକାଳ ସମୟରେ ପୋଖରୀ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ଗୋଡ଼ ଖସିଯିବାରୁ ପୋଖରୀରେ ଗଭୀର ପାଣିରେ ବୁଡ଼ି ଯାଇଥିଲେ ।
କିଛି ସମୟ ପାଣିରେ ବୁଡ଼ି ରହିବା ପରେ ତାଙ୍କର ପତ୍ତା ନ ମିଳିବାରୁ ବାଙ୍କୀ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀର ର୍କମଚାରୀ ପଥୁରିପଡ଼ାରେ ପହଞ୍ଚି ଥିଲେ । ପୋଖରୀର ଗଭୀର ପାଣିରୁ ଉଦ୍ଧାର କରି ବାଙ୍କୀ ଉପଖଣ୍ଡ ଡ଼ାକ୍ତରଖାନାରେ ଯୁବକଙ୍କୁ ର୍ଭତି କରିଥିଲେ। କିନ୍ତୁ ଯୁବକଙ୍କର ମୃତ୍ୟୁ ହୋଇଥିବାର ଡାକ୍ତର ଘୋଷଣା କରିଛନ୍ତି ।