କୂଅରେ ପଡି ଯୁବକଙ୍କର ସନ୍ଦେହଜନକ ମୃତ୍ୟୁ

ଟାଙ୍ଗୀ (କେନ୍ୟୁଜେ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମରେ ଏକ କୂଅରେ ପଡି ଜଣେ ଯୁବକର ମୃତ୍ୟୁବରଣ ହୋଇଛି। ମୃତ ଯୁବକର ନାମ ଅଶୋକ ନାୟକ (ବାପି) ବୟସ ୩୨ ବର୍ଷ । ବଉଳାବନ୍ଧ ପଞ୍ଚାୟତର ନିମୁନା ଗ୍ରାମରେ ବୋଲି ଜଣାପଡିଛି ।

death

ସୂଚନା ଅନୁଯାୟୀ, ଆଜି ସକାଳେ ବାଡ଼ିରେ ଥିବା ଏକ କୂଅରେ ଜଣେ ଯୁବକଙ୍କର ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶ୍ରମ ବାହିନୀ ଖବର ପାଇ ମୃତ ଦେହକୁ କୂଅରୁ ଉଦ୍ଧାର କରିଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । କିନ୍ତୁ କିଛି ସ୍ଥାନୀୟ ଅଂଚଳରେ ଏହା ଏକ ପ୍ରେମଜନିତ ମୃତ୍ୟୁ ବୋଲି ଚର୍ଚ୍ଚା ଜୋର ଧରିଛି । ମାତ୍ର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.