ନାଟକର ନାୟକ ନିଜେ, ୩ ଲକ୍ଷ ଟଙ୍କା ପାଇଁ ନିଜକୁ କରିଥିଲେ ଅପହରଣ

ନୂଆପଡା : ତିନି ଲକ୍ଷ ଟଙ୍କା ପାଇଁ ନିଜକୁ ଅପହରଣ କଲା ଯୁବକ । ଆଉ ପରିବାର ଲୋକଙ୍କ ପାଖକୁ ଅପହରଣ ସମୟର ଭିଡିଓ ପଠାଇ ଟଙ୍କା ଝଡ଼ାଇବାକୁ ଯୋଜନା କରିଥିଲା । ହେଲେ ଟଙ୍କା କ’ଣ ଆଦାୟ କରିବେ ପୋଲିସ ପଞ୍ଝାରେ ପଡ଼ିଗଲେ ବୈକୁଣ୍ଠ ନାଏକ।

ସୂଚନା ଅନୁସାରେ ବୋଇରଭାଡି ଗାଁର ବୈକୁଣ୍ଠ ନାଏକ ଗତ ୬ ତାରିଖରୁ ନିଖୋଜ ହୋଇଯାଇଥିଲେ । ପରେ ସେ ତାମିଲନାଡୁର ମଦୁରାଇ ସହରକୁ ଯାଇ ସେହି ଅଞ୍ଚଳର କିଛି ସାଙ୍ଗ ସାଥୀଙ୍କ ସହ ମିଶି ଅପହରଣର ମିଛ ନାଟକ ରଚିଵା ସହ ଭିଡ଼ିଓ କରିଥିଲେ । ପରେ ଗତ ୮ ତାରିଖ ଦିନ ଅପହରଣ ଭିଡିଓ ନିଜ ବାପାଙ୍କ ନିକଟକୁ ପଠେଇଥିଲେ । ଏହା ଜାଣିବା ପରେ ତାଙ୍କ ବାପା ଜୟରାମ ନାଏକ ଖରିଆରରୋଡ଼ ଜୋଙ୍କ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଜୋଙ୍କ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଏହାପରେ ନୂଆପଡା ଏସପିଙ୍କ ନିର୍ଦ୍ଦେଶକ୍ରମେ ନୂଆପଡା ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ ମଦୁରାଇକୁ ଯାଇ ବୈକୁଣ୍ଠ ଓ ତାଙ୍କ ଅନ୍ୟସାଥୀମାନଙ୍କୁ କାବୁକରିବା ସହ ଘଟଣାର ତଦନ୍ତ କରିଥିଲା ।ଏହାପରେ ନିଜ ବାପାଙ୍କଠାରୁ ଟଙ୍କା ପାଇବା ପାଇଁ ଅପହରଣର ମିଛ ନାଟକ ରଚିଥିଵା ବୈକୁଣ୍ଠ ପୋଲିସ ଆଗରେ ପ୍ରକାଶ କରିଥିବା ନୂଆପଡା ଏସପି ଜିଆର ରାଘବେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି ।  ଏନେଇ ଅଧିକ ତଦନ୍ତ ଜାରି ରହିଥିବା ନୂଆପଡା ଏସପି ସୂଚନା ଦେଇଛନ୍ତି ।

 

 

 

You might also like