ବିଶ୍ୱକପ୍ କ୍ରିକେଟରେ ଭାରତର ପରାଜୟ ସହିନପାରି ଜୀବନ ହାରିଲେ ଯୁବକ

ପରାଜୟ ସହିନପାରି ଆତ୍ମହତ୍ୟା। ଗତକାଲି ବିଶ୍ୱକପ୍ କ୍ରିକେଟରେ ଭାରତର ପରାଜୟ ଦୁଃଖରେ ଜୀବନ ହାରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୁଳ ସାହି ଗାଁରେ ।

ଯାଜପୁର ଟାଉନ(କେନ୍ୟୁଜ): ପରାଜୟ ସହିନପାରି ଆତ୍ମହତ୍ୟା। ଗତକାଲି ବିଶ୍ୱକପ୍ କ୍ରିକେଟରେ ଭାରତର ପରାଜୟ ଦୁଃଖରେ ଜୀବନ ହାରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରୀ ପଞ୍ଚାୟତ କୁଳ ସାହି ଗାଁରେ । ମୃତକ ନୀଳମଣି ଦାସଙ୍କ ସାନ ପୁଅ ଦେବରଞ୍ଜନ ଦାସ।

ଆଜି ସକାଳେ ଦେବରଞ୍ଜନଙ୍କ ମୃତଦେହ ପଡୋଶୀଙ୍କ ଛାତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏନେଇ ପରିବାରଲୋକେ ପୋଲିସକୁ ଖବର ଦେବା ପରେ ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଦେବରଞ୍ଜନ ମାନସିକ ବିକାରଗ୍ରସ୍ତ ଥିବା ପରିବାରଲୋକ ପୋଲିସକୁ ସୂଚନା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.