ଅନଲାଇନ ଗେମ ହେଲା କାଳ, ଜୀବନ ହାରିଲେ ଯୁବକ

ଆଠଗଡ (କେନ୍ୟୁଜ) : ଅନଲାଇନ ଗେମକୁ ନେଇ ଜୀବନ ହାରିଲେ ଯୁବକ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ମୁଣ୍ଡିଆସାହି କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ବାସୁଦେବପୁର ଗ୍ରାମର ୩୮ ବର୍ଷୀୟ କେଶରୀ ପ୍ରଧାନ।

ଆଜି ସକାଳେ କେଶରୀଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ କାଜୁ ଜଙ୍ଗଲରେ ଦେଖିଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ। ମୁତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ବେଳେ ଅନଲାଇନ୍ ଗେମ୍ ଖେଳକୁ ନେ଼ଇ ଏଭଳି ଘଟଣା ଘଟିଥିବା ପୋଲିସ୍ ପକ୍ଷରୁ ସୂଚନା ଦେଇଛନ୍ତି ତିଗିରିଆ ଥାନା ଅଧିକାରୀ ଜ୍ଞାନ ରଂଜନ ସାମଲ । ତିଗିରିଆ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

 

 

Leave A Reply

Your email address will not be published.