ଗାଁ ଦାଣ୍ଡରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଭଞ୍ଜନଗର(କେନ୍ୟୁଜ୍‌): ଗାଁ ଦାଣ୍ଡରେ ଯୁବକକୁ ହତ୍ୟା। ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ ଘଟିଛି ହତ୍ୟାକାଣ୍ଡ। ମୃତ ଯୁବକ କଳମ୍ବ ଗାଁର ବିକାଶ ସାହୁ । ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଗତକାଲି ରାତିରେ କିଛି ଦୁର୍ବୃତ୍ତ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ବିକାଶ କୁ ହତ୍ୟା କରିଥିଲେ।

ହତ୍ୟା କରିବା ପରେ ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଦୀର୍ଘ ସମୟଧରି ଗାଁ ଦାଣ୍ଡରେ ପଡ଼ିରହିଥିଲା ମୃତଦେହ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ହତ୍ୟାକାଣ୍ଡ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବରପାଇ ପୋଲସରା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.