Categories: ରାଜ୍ୟ

ଯାଜପୁର: ମଙ୍ଗଳପୁର ଥାନା ଛଞ୍ଚିଣା ଗାଁରେ ଅଘଟଣ, ଶୈାଚ ହେବାକୁ ଯାଇ ପୋଖରୀରେ ବୁଡି ଯୁବକ ମୃତ

ଯାଜପୁର ଟାଉନ(କେନ୍ୟୁଜ୍):  ପୋଖରୀରେ ବୁଡି ଯୁବକର ମୃତ୍ୟୁ । ଏଭଳି ଅଭାବନିୟ ଘଟଣା ହୋଇଛି ଯାଜପୁର ମଙ୍ଗଳପୁର ଥାନା ଛଂଚିଣା ଗାଁ ରେ । ମୃତକ ଜଣକ ହେଲେ ଏହି ଗାଁର ଗୌରଶ୍ୟାମ ରାଉତଙ୍କ ପୁଅ ପବିତ୍ର ରାଉତ । ପବିତ୍ର ଆଜି ସକାଳୁ ବାଡି ପଛପଟ ପୋଖରୀକୁ ଶୈାଚ ହେବାକୁ ଯାଇଥିବା ସମୟରେ ଗୋଡ ଖସିଯିବାରୁ ବୁଡି ଯାଇଥିଲେ । ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ । ପୋଖରୀ କୂଳରେ ପବିତ୍ରର ଲୁଗାପଟା ପଡିଥିବା ଦେଖି ଗ୍ରାମବାସୀ ଦଶରଥପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି କରିବା ପରେ ପବିତ୍ରଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମଙ୍ଗଳପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

KNews Bureau

Recent Posts

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

9 mins ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

1 hour ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

1 hour ago

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

2 hours ago

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ମଞ୍ଚରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ରାମୋଜୀ ରାଓ ଆଉ ନାହାନ୍ତି।…

3 hours ago

କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ, ରେସରେ ଅଛନ୍ତି ଧର୍ମେନ୍ଦ୍ର ଓ ମନମୋହନ

ଭୁବନେଶ୍ୱର :  କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ…

4 hours ago