ବିଶ୍ରାମ କରୁଥିବାବେଳେ ଟାଣି ନେଲା କଲରାପତରିଆ ବାଘ, ଆକ୍ରମଣରେ ଯୁବକ ମୃତ
![TIGER 4](https://knewsodisha.com/wp-content/uploads/2024/03/TIGER-4.jpg)
ଉମରକୋଟ : କଲରାପତରିଆ ବାଘ ଆକ୍ରମଣରେ ଜଣେ ଯୁବକ ମୃତ । ଓଡିଶା ଛତିଶଗଡ଼ ସୀମାନ୍ତ କାଁକେର ବନଖଣ୍ଡ ଅଧୀନ କୋଦାଗାଁ ଅଞ୍ଚଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ କୋଦାଗାଁ ବଜାର ପାରା ନିବାସୀ ଦ୍ଵାରକା ଦେଉରୀ । ସେ ରାତି ପ୍ରାୟ ୭ଟା ୩୦ରେ ବଜାରରୁ ଘରକୁ ଫେରୁଥିବା ବେଳେ ଏକ ସ୍ଥାନରେ ବିଶ୍ରାମ ନେଉଥିଲେ । ହଠାତ ଏକ କଲରାପତରିଆ ବାଘ ଆକ୍ରମଣ କରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା ।
ସେହି ସମୟରେ କିଛି ପଥଚାରୀ ରକ୍ତ ଛିଟା ଓ ଚପଲ ଦେଖି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ପରେ ରାସ୍ତାଠାରୁ ୨୦୦ ମିଟର ଦୂରରେ ଥିବା ଜଙ୍ଗଲରେ ଯୁବକଙ୍କ ମୃତଦେହକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଶବ ବ୍ୟବଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।