ଆଧାର ନାହିଁ ତ ଭତ୍ତା ନାହିଁ: ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ବିଭାଗୀୟ ସଚିବଙ୍କ ତାଗିଦ୍, ମାର୍ଚ୍ଚ ୧୫ ସୁଦ୍ଧା ପ୍ରକ୍ରିୟା ଶେଷ ନକଲେ ଏପ୍ରିଲରୁ ମିଳିବନି ଭତ୍ତା

ଭୁବନେଶ୍ବର: ଆଧାର କାର୍ଡ ନାହିଁ ତ ଭତ୍ତା ନାହିଁ। ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ଆଧାର ଲିଙ୍କ୍ ବାଧ୍ୟତାମୂଳକ। ସରକାର ଏନେଇ ପୂର୍ବରୁ ଜିଲ୍ଲାପାଳଙ୍କୁ ଅବଗତ କରାିଥିଲେ। କିନ୍ତୁ ଆଧାର ଲିଙ୍କ୍ ଶତ ପ୍ରତିଶତ ହୋଇନଥିବାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଭାଗୀୟ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏନେଇ ତାଗିଦ୍ କରିଛନ୍ତି। ମାର୍ଚ୍ଚ ୧୫ ସୁଦ୍ଧା ପ୍ରକ୍ରିୟା ଶେଷ ନକଲେ ଏପ୍ରିଲରୁ ଭତ୍ତା ମିଳିବନି। ଆସନ୍ତା ୧୫ତାରିଖରେ ମାସିକ ଭତ୍ତା ନେବାକୁ ଆସୁଥିବା ହିତାଧିକାରୀଙ୍କୁ ସେମାନଙ୍କ ଆଧାର ଲିଙ୍କ୍ ନକଲ ଅଣାଯିବାକୁ କୁହାଯିବ। ସେହିପରି ଯେଉଁ ହିତାଧିକାରୀଙ୍କ ଆଧାର କାର୍ଡ ନଥିବ ସେମାନଙ୍କ କାର୍ଡ ପ୍ରସ୍ତୁତ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। ମାର୍ଚ୍ଚ ୧୫ ତାରିଖ ଭିତରେ ଆଧାର ଲିଙ୍କ୍ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ହେବ। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନସନ୍ ଯୋଜନାରେ ଏବେ ରାଜ୍ୟରେ ପ୍ରାୟ ୪୮ଲକ୍ଷ ହିତାଧିକାରୀ ଅଛନ୍ତି। ୨୦୧୯ ଅକ୍‌ଟୋବର ଡେଡ୍‌ଲାଇନ୍ ଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.