କୋରାପୁଟ ଫ୍ୟାସନ୍‌ ସୋ’ରେ ଜମେଇ ଦେଲେ ‘ଆଶିକି’ ଷ୍ଟାର୍‌ ରାହୁଲ ରୟ ଓ କମେଡ଼ିଆନ୍‌ ସୁନୀଲ ପାଲ

କୋରାପୁଟ (କେନ୍ୟୁଜ୍‌) : କୋରାପୁଟରେ ପ୍ରଥମ କରି ଆୟୋଜିତ ହୋଇଯାଇଛି ଏକ ଭିନ୍ନ ଧରଣର ଫ୍ୟାସନ ସୋ । ଏଥିରେ ସ୍ୱାମୀ ସ୍ତ୍ରୀଙ୍କ ସହ ବହୁ ଯୁବକ ଯୁବତୀ ସାମିଲ ହୋଇଥିଲେ । ତେବେ ଏହି ଫ୍ୟାସନ୍‌ ସୋ’ର ପ୍ରମୁଖ ଆକର୍ଷଣ ଥିଲେ ଆଶିକି ଫିଲ୍ମର ଷ୍ଟାର ତଥା ବଲିଉଡ୍‌ ହିରୋ ରାହୁଲ ରୟ । ରାହୁଲ ର‍୍ୟାମ୍ପରେ ଚାଲିଥିଲେ । ସେହିଭଳି ଷ୍ଟାଣ୍ଡଅପ୍‌ କମେଡ଼ିଆନ୍‌ ତଥା ବଲିଉଡ୍‌ ଅଭିନେତା ସୁନୀଲ ପାଲ ମଧ୍ୟ ଯୋଗ ଦେଇ ଦର୍ଶକଙ୍କୁ ଖୁବ୍‌ ହସାଇ ଥିଲେ ।

ଏହି ପ୍ରତିଯୋଗିତାମୂଳକ ସୋ’ରେ ଜୟପୁରର ଏସବ ଲାଲ ନାୟକ ଦମ୍ପତି ପ୍ରଥମ ସ୍ଥାନ ହାସଲ କରିଥିଲେ । ତାଙ୍କୁ ଆୟୋଜକ ପକ୍ଷରୁ ୫୧ ହଜାର ଟଙ୍କା ଅର୍ଥ ରାଶି ସହ ମାନ ପତ୍ର ଦେଇ ସମ୍ମାନିତ କରାଯାଇଥିଲା । କୋରାପୁଟରେ ଜନ୍ମିତ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ସେଲିବ୍ରିଟି ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ପ୍ରଡକସନ ହାଉସ କରିିଥିବା ଖୋସଲା ବ୍ରଦର୍ସ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କୋରାପୁଟ ଓଏସ୍‌ଏପି ଫୁଟବଲ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦାମନଜୋଡିର ଅନୁଶ୍ରୀ ପ୍ରଥମ ରନରଅପ୍‌ ଓ ବୋରିଗୁମାର ସସ୍ମିତା ୨ୟ ରନରଅପ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.