ରୋଗିଣା ହେବାରୁ ରାସ୍ତା ମଝିରେ ଛାଡି ଚାଲିଗଲା ଭାଇ, ସାହାଯ୍ୟ ଅପେକ୍ଷାରେ ରାଣୀ

ବ୍ରହ୍ମପୁର (କେନ୍ୟୁଜ): ନିଜ ଭାଇ ତାର ରୋଗିଣା ଭଉଣୀର ଚିକିତ୍ସା ଓ ଭରଣ ପୋଷଣ କରି ନପାରି ଅସହାୟ ଅବସ୍ଥାରେ ଛାଡ଼ି ପଳାଇଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରର ଲକ୍ଷ୍ମୀ ନୃସିଂହ ସାହିର ସପ୍ତମ ଲାଇନରେ । ଗତ କିଛି ଦିନ ତଳେ ଜଣେ ଯୁବତୀ ଅସହାୟ ଅବସ୍ଥାରେ ଏକୁଟିଆ ରାସ୍ତା କଡରେ ବସି କାନ୍ଦୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ତାଙ୍କୁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସାହାର୍ଯ୍ୟରେ ଉଦ୍ଧାର କରାଯାଇଥିଲା । ପରେ ପ୍ରଶାସନ ସହାୟତାରେ ଏବେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା ଜାରୀ ରହିଛି ସଂପୃକ୍ତ ଯୁବତୀଙ୍କ ।

ନାଁ ତାଙ୍କର ନିଲମା ମହାରଣା। ବାପାଙ୍କୁ ହରାଇଛନ୍ତି ପିଲାଟି ଦିନରୁ । ମା ଶକୁନ୍ତଳାଙ୍କ ଭରଷାରେ ରହିଥିଲେ ଦୁଇ ଝିଅ ଓ ଗୋଟିଏ ପୁଅ । ତେର ବର୍ଷ ବୟସ ପର୍ଯ୍ୟନ୍ତ ସ୍ୱାଭାବିକ ଭାବେ ଜୀବନଯାପନ କରୁଥିଲେ ନୀଲମା । ପିଲାଟି ଦିନରୁ ଦେଖିବାକୁ ବହୁତ ସୁନ୍ଦର ଥିଲେ ନୀଲମା । ତେଣୁ ତାଙ୍କ ବାପା ମା ଅତି ଶ୍ରଦ୍ଧାରେ ଡାକୁଥିଲେ ରାଣୀ । ସବୁ ଥିଲା ସ୍ୱାଭାବିକ , ହେଲେ ବିଧିର ବିଧାନ ବଡ଼ ବିଚିତ୍ର ହଠାତ ରାଣୀଙ୍କ ଜୀବନରେ ଆରମ୍ଭ ହେଲା ଝଡ଼ । ମାତ୍ର ତେର ବର୍ଷ ବୟସରେ ରାଣୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ଯୋଗୁଁ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଦରିଦ୍ରତା କାରଣରୁ ଯୋଗାଡ଼ ହୋଇ ପାରିଲା ନାହିଁ । ଯାହାଦ୍ୱାରା ତାଙ୍କର ଶାରୀରିକ ଓ ବୌଦ୍ଧିକ ସ୍ତରରେ ବିକାଶ ଘଟି ପାରିଲା ନାହିଁ । ଏବେ ମଧ୍ୟ ରାଣୀଙ୍କୁ କୋଡିଏ ଛୁଇଁ ଥିବା ବେଳେ ସେ ଦେଖା ଯାଉଛନ୍ତି ଛୋଟ ପିଲାଟିଏ ଭଳି। ଏହିଭଳି ଭାବରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ମା’ ଶକୁନ୍ତଳା । ଯେନତେନ ପ୍ରକାରେ ବହୁ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିଲେ ମା ଶକୁନ୍ତଳା ହେଲେ କିଛିବର୍ଷର ବ୍ୟବଧାନ ପରେ ମାଙ୍କୁ ବି ହୋଇ ଥିଲା କ୍ୟାନ୍ସର ଏବଂ ସେଥିରେ ସେ ୨୦୨୨ ଫେବୃଆରୀରେ ଆଖି ବୁଝି ଦେଇଥିଲେ । ପରେ ନୀଲମା ଏକ ଦାନ୍ତିକିଲି ଫ୍ୟାକ୍ଟ୍ରିରେ କାମ କରିଆସୁଥିଲେ । ହଲେ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ଆଉ କାମ କରିପାରିନଥିଲେ । ବଡ଼ଝିଅଟି ବିବାହ କରି ସାରି ଥିବାରୁ ମାତ୍ର ୧୯ ବର୍ଷର ଭାଇଙ୍କ ଭରସାରେ ବ୍ରହ୍ମପୁର ଲଷ୍ମୀନୃସିଂହ ସାହିରେ ଭଡାରେ ରହି ଥିଲେ ରାଣୀ l ଘରଭଡା ଦେଇ ନ ପାରିବାରୁ ମାଲିକ ମଧ୍ୟ ଘରୁ ବାହାର କରି ଦେଇଥିଲl । ଏହାପରେ ଭାଇଙ୍କ ସହ ରାଣୀ ବେଙ୍ଗଲୁରୁ ଚାଲି ଯାଇ ଥିଲେ । ସେଠାରେ ତାଙ୍କ ହାତ ଭାଙ୍ଗି ଯାଇ ଥିବାରୁ ଭାଇ ତାଙ୍କ ଚିକିତ୍ସା କରାଇ ପାରି ନ ଥିଲେ ଓ ପରେ ତାଙ୍କୁ ଆଣି ସେମିତି ଅସହାୟ ଅବସ୍ଥାରେ ବ୍ରହ୍ମପୁରର ଏକ ରାସ୍ତା ପାର୍ଶ୍ୱରେ ଛାଡି ଦେଇ କେଉଁଆଡେ ଚାଲି ଯାଇଥିଲେ l ସ୍ଥାନୀୟ ଲୋକେ ଅସହାୟ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲ ନେଇ ଭର୍ତ୍ତି କରିଥିଲେ । ବର୍ତ୍ତମାନେ ଚିକିତ୍ସା ଜାରୀ ରିହଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ହୋଇ ନିଜ ଗୋଡରେ ଠିଆ ହୋଇପାରିବେ ବୋଲି ଆଶା ରଖିଛନ୍ତି ।

ଏ ନେଇ ପ୍ରଶାସନକୁ ଅବଗତ କରାଇବା ପରେ ତୁରନ୍ତ ପ୍ରଶାସନ ତତ୍ପର ହୋଇ ଉଠିଥିଲା l ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା ମେଡିକାଲରେ ପହଂଚି ରାଣୀଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ସ୍ୱାସ୍ଥ୍ୟବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।ବର୍ତ୍ତମାନ ରାଣୀଙ୍କ ହାତର ଏକ୍ସ-ରେ କରାଯିବା ପରେ କିଛି ଦିନ ପରେ ଅସ୍ତ୍ରୋପଚାର ହେବ ବୋଲି ସୂଚନା ମିଳିଛି । ତେବେ ରାଣୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ବ୍ରହ୍ମପୁର ଉପ-ଜିଲ୍ଲାପାଳ କିର୍ତ୍ତୀ ଭାସନ ପ୍ରକାଶ କରିଛନ୍ତି।

ବର୍ତ୍ତମାନ ତାଙ୍କରି ଚିକିତ୍ସା ଜାରୀ ରହିଥିବା ବେଳେ ସେ କିଭଳି ସୁସ୍ଥ ହେବେ ଓ ନିଜ ଗୋଡ଼ରେ ନିଜେ ଠିଆ ହେବେ ତାକୁ ନେଇ ସେ ଚିନ୍ତିତ । ସେପଟେ ନୀଲମା ସୁସ୍ଥ ହେବା ପରେ ତାଙ୍କୁ ରହିବା ପାଇଁ ସମସ୍ତ ବ୍ୟବସ୍ଥା କରିବ ବୋଲି ପ୍ରତିଶୃତି ଦେଇଛି ଜିଲ୍ଲା ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.