ପୁଣି ମିଶନଶକ୍ତି କାର୍ଡ ଖେଳିଲା ବିଜେଡ଼ି ! ଅବନ୍ତୀ ଦାସ ହେଲେ ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିନୀ

ଭୁବନେଶ୍ବର(କେନ୍ୟୁଜ୍): କଳ୍ପନା ଜଳ୍ପନାର ଅନ୍ତ। ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥଙ୍କ ନାମ ଘୋଷଣା କଲା ବିଜେଡ଼ି। ତିହିଡି ବ୍ଲକ ଅଧ୍ୟକ୍ଷା  ଅବନ୍ତୀ ଦାସଙ୍କ ନାମରେ ମୋହର ମାରିଛି ଦଳ । ଅବନ୍ତୀଙ୍କର ରହିଛି  ମିଶନ ଶକ୍ତି SHGରେ ଦୀର୍ଘ ବର୍ଷର ଅଭିଜ୍ଞତା । ଅବନ୍ତୀଙ୍କ ନାମ ଘୋଷଣା ପରେ ବିଜେଡ଼ି ପୁଣି  ମିଶନଶକ୍ତି କାର୍ଡ ଖେଳିଥିବା ନେଇ ଚର୍ଚ୍ଚା ହେଉଛି।

ଗତ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟ ଭାବେ ଜିତିଥିଲେ ଅବନ୍ତୀ ଦାସ । ସେ କାଁପଡ଼ା ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ । ଏବେ ତିହିଡ଼ି ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଉଛନ୍ତି । ମିଶନ ଶକ୍ତି ଏସଏଚଜିରେ ତାଙ୍କର ଅଭିଜ୍ଞତା ରହିଛି । ଏସଏଚଜି ସହିତ ଜଡ଼ିତ ଥିବାରୁ ପ୍ରାର୍ଥୀ ଭାବେ ତାଙ୍କୁ ଚୟନ କରାଯାଇଛି । ପୂର୍ବରୁ ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ଦାସ ୨୦୦୪ରେ ସମିତିସଭ୍ୟ ହୋଇଥିଲେ ।

ସେହିପରି ଧାମନଗର ଉପନିର୍ବାଚନ ପାଇଁ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଏନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅନ୍ୟପଟେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି । ଏଥିସହ ସେ ପ୍ରଚାର ମୈଦାନକୁ ବି ଓହ୍ଲାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.