ସୁପ୍ରିମକୋର୍ଟ ବିଚାରପତିଙ୍କୁ ଚିଠି ଲେଖିଲେ ସବୁ ମଠର ମହନ୍ତ, ମଠ ଉଚ୍ଛେଦ ଘଟଣାରେ ହସ୍ତକ୍ଷେପ ଓ ରହିତାଦେଶ ପାଇଁ ନିବେଦନ
ପୁରୀରେ ମଠ ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଖୋଲା ଚିଠି ଲେଖିଲେ ମହନ୍ତ । ଏଥିରେ ଉଲ୍ଲେଖ ରହିଛି ଯେ, ଶ୍ରୀମନ୍ଦିର ମେଘନାଦ ପାଚେରୀର ୭୫ମିଟର ପରିଧି ଭିତରେ ଉଚ୍ଛେଦ କରାଯାଉଛି । ଏହା ପରିସୀମା ଭିତରେ ୧୮ଟି ମଠ ରହିଛି । ଶହଶହ ବର୍ଷର ଏହି ପୁରୁଣା ମଠ ଗୁଡିକ ଐତିହ୍ୟ ଓ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରୁଛି । ମଠଗୁଡ଼ିକର ସୁରକ୍ଷା ସରକାରଙ୍କ ଦାୟିତ୍ୱ । ହେଲେ ଏସବୁକୁ ସୁରକ୍ଷା ଦିଆଯିବା ପରିବର୍ତ୍ତେ ଭାଙ୍ଗି ଦିଆଯାଉଛି । ପୁରୀ ଜିଲ୍ଲା ପ୍ରଶାସନ ତରବରିଆ ଭାବେ ଉଚ୍ଛେଦ ଅଭିଯାନ ଚଳାଇଛି । ଏପରିକି ଆମିକସ କ୍ୟୁରୀଙ୍କ ରିପୋର୍ଟ ଦାଖଲ ଯାଏ ଅପେକ୍ଷା କରୁନାହିଁ । ଏହି ଘଟଣାରେ ହସ୍ତକ୍ଷେପ ସହ ଉଚ୍ଛେଦ ଉପରେ ରହିତାଦେଶ ଲାଗୁ ପାଇଁ ମଠ ମହନ୍ତମାନେ ସୁପ୍ରିମକୋର୍ଟ ପ୍ରଧାନବିଚାରପତିଙ୍କୁ ଲେଖିଥିବା ଚିଠିରେ ଅନୁରୋଧ ଜଣାଇଛନ୍ତି ।