ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲିବେ ନାହିଁ ରୋଗୀ, ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ “ଆଭା” କାର୍ଡ
ଭୁବନେଶ୍ୱର : ଏଣିକି ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲିବେ ନାହିଁ ରୋଗୀ । ଗୋଟିଏ ଆକାଉଣ୍ଟରେ ରହିବ ରୋଗୀଙ୍କ ସମସ୍ତ ପୂର୍ବଡାଟା । ଖୁବଶୀଘ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ନେସନାଲ ଡିଜିଟାଲ ହେଲଥ ମିଶନ । ନ୍ୟାସନାଲ ହେଲଥ ଅଥରିଟି ଅଣ୍ଡରରେ ରହିବ ଏହି କାର୍ଡ । ଏହି କାର୍ଡର ନାମ ରହିବ ‘ଆଭା’ (ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ କାର୍ଡ) । ଲୋକସଂଖ୍ୟା ଅନୁସାରେସ ଆଭା ଆକାଉଣ୍ଚ ରେଜିଷ୍ଚ୍ରେସନ କରିପାରିବେ । ଆଜି ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ଅନଲାଇନରେ ଏହି କାର୍ଡ ଆବେଦନ କରିପାରିବେ ଲୋକେ । ବର୍ତ୍ତମାନ ଠାରୁ ହିଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆୟୁଷ୍ମାନ କାର୍ଡ ସହିତ ଏହା ମିଳିବ । କ୍ୟୁଆର କୋର୍ଡ ସ୍କାନ କରିବା ଦ୍ବାରା ପୂର୍ବ ରୋଗ ସମ୍ପର୍କରେ ସମସ୍ତ ପ୍ରକାର ତଥ୍ୟ ମିଳିପାରିବ । ତେବେ ଏହି ଗୋଟିଏ କାର୍ଡରେ ସମସ୍ତ ରୋଗର ତଥ୍ୟ ମିଳିପାରିବ । ତେବେ କେଉଁ ତାରିଖ ମଧ୍ୟରେ ଏହା ମିଳିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇନଥିବା ବେଳେ ଫେବୃଆରୀ ପୂର୍ବରୁ ବଣ୍ଟନ କରାଯିବା ନେଇ ଯୋଜନା କରାଯାଇଥିବା କହିଛନ୍ତି ମନ୍ତ୍ରୀ ।