କୋଣାର୍କ ପୋଲିସ ରିମାଣ୍ଡରେ ଅଭିଜିତ୍‌ ଆୟର ମିତ୍ର : ଦୁଇ ଦିନିଆ ରିମାଣ୍ଡରେ ନେଇଛି କୋଣାର୍କ ପୋଲିସ

ଭୁବନେଶ୍ବର (କେନ୍ୟୁଜ୍) : କୋଣାର୍କ ପୋଲିସ ରିମାଣ୍ଡରେ ଅଭିଜିତ୍ ଆୟର ମିତ୍ର । ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କୋଣାର୍କ ପୋଲିସ । ଗତକାଲି ଦିନ ୨ଟାରୁ ରବିବାର ଦିନ ୨ଟା ଯାଏ ରିମାଣ୍ଡରେ ଅବଧି । ପୂର୍ବରୁ କଡା ସୁରକ୍ଷା ମଧ୍ୟରେ ତାଙ୍କୁ କୋଣାର୍କ ଜେଏମ୍ଏଫ୍‌ସି କୋର୍ଟରେ ହାଜର କରାଇଥିଲା ପୋଲିସ । ଅଭିଜିତଙ୍କ ଓକିଲ ଜାମିନ ପାଇଁ ଯୁକ୍ତି ବାଢ଼ିଥିବା ବେଳେ ବିରୋଧ କରିଥିଲେ ସରକାରୀ ଓକିଲ । ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଅଭିଜିତ୍ କୋଣାର୍କ ସୂର୍ଯ୍ୟମନ୍ଦିର କଳା, ସଂସ୍କୃତି ସଂପର୍କରେ ଅପଶବ୍ଦ ପ୍ରୟୋଗ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଅଧିକ ପଚରାଉଚରା ପାଇଁ ଅଭିଜିତଙ୍କୁ ରିମାଣ୍ଡରେ ନେଇଛି କୋଣାର୍କ ପୋଲିସ । ମନ୍ଦିର ଭିତରେ ଥିବା ବେଳେ ପାଖରେ ଆଉ କେଉଁ ମାନେ ଥିଲେ ? କିଏ ଭିଡିଓ ରେକଡିଂ କରୁଥିଲା ? ସେମାନେ କିଏ ? ଓଡିଶାର ଲୋକ ନା ବାହାରୁ ଆସିଥିଲେ ? ଆବଶ୍ୟକ ପଡିଲେ ସେମାନଙ୍କୁ ମଧ୍ୟ ଜେରା ପରିସରଭୁକ୍ତ କରାଯିବ ବୋଲି କୋଣାର୍କ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି ।