ଆସନ୍ତାକାଲି ବିଧାନସଭା ଗୃହ କମିଟି ଆଗରେ ପୁଣି ହାଜର ହେବେ ଅଭିଜିତ୍‌ ଆୟର ମିତ୍ର

ଭୁବନେଶ୍ବର : ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍‌ ଆୟର ମିତ୍ର ଆସନ୍ତାକାଲି ବିଧାନସଭା ଗୃହ କମିଟି ଆଗରେ ପୁଣି ହାଜର ହେବେ। ନଭେମ୍ବର ୨ ତାରିଖରେ ସତ୍ୟପାଠ ସହ ହାଜର ହେବା ପାଇଁ ଅଭିଜିତ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲା ଗୃହ କମିଟି। ଅଭିଜିତଙ୍କ ସତ୍ୟପାଠକୁ ଆଧାର କରି ଗୃହ କମିଟି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ। କେବଳ ସ୍ୱାଧିକାର ଭଙ୍ଗ ନୁହେଁ ଅଲଗା ଦିଗକୁ ମଧ୍ୟ ତର୍ଜମା କରିପାରେ କମିଟି । ଗତ ୨୩ ତାରିଖରେ କଡା ସୁରକ୍ଷା ମଧ୍ୟରେ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ ଅଭିଜିତ୍‌ ଆୟାର ।

ପ୍ରାୟ ଅଢେଇ ଘଣ୍ଟା ଧରି ତାଙ୍କୁଜେରା ବେଳେ ୧୫ରୁ ଅଧିକ ପ୍ରଶ୍ନ ପଚାରିଥିଲା ଗୃହ କମିଟି । କୋଣାର୍କ ମନ୍ଦିର ହେଉ କିମ୍ବା ଓଡିଶାର ବିଧାୟକମାନଙ୍କ ଉପରେ ଅରୁଚିକର ଚିପ୍ପଣୀ ଦେବା ମୋର ବଡ ଭୁଲ। ଗୃହ କମିଟି ଆଗରେ ଅଭିଜିତ ନିଜକୁ ବୁଦ୍ଦୁ କହିବା ସହ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଓଡ଼ିଶା, କୋଣାର୍କ ମନ୍ଦିର ଓ ବିଧାୟକଙ୍କ ପ୍ରତି ଅପଶଦ୍ଦ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ । ଏହି ମାମଲାରେ ତାଙ୍କ ନାଁରେ ଭୁବନେଶ୍ୱର ସହିଦନଗର ଓ କୋଣାର୍କ ଥାନାରେ ମାମଲା ରହିଛି । କମିଶନରେଟ ପୋଲିସ ତାଙ୍କୁ ଗିରଫ କରିବା ପରେ ଏବେ ସେ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ଅଛନ୍ତି । ତାଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲାରେ ରଖାଯାଇଛି ।