ମୁକୁଳିଲେ ଅଭିଜିତ ଆୟର ମିତ୍ର, ମିଳିଲା ସର୍ତ୍ତମୂଳକ ଜାମିନ୍

ଭୁବନେଶ୍ବର : ମୁକୁଳିଲେ ଅଭିଜିତ ଆୟର ମିତ୍ର । ହାଇକୋର୍ଟରୁ ଜାମିନ ପାଇବା ପରେ ସେ ଭୁବନେଶ୍ୱର ଝାରପଡ଼ା ଜେଲରୁ ବାହାରିଛନ୍ତି । ୪୩ ଦିନ ପରେ ସେ ଜେଲ୍‌ରେ ଥିଲେ । ହାଇକୋର୍ଟଙ୍କ ପରେ ଆଜି ଭୁବନେଶ୍ୱର SDJM ଓ କୋଣାର୍କ JMFC କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ୍ ମିଳିଥିବା ବେଳେ ଭବିଷ୍ୟତରେ ସେ ଆଉ ଏଭଳି ଅରୁଚିକର ମନ୍ତବ୍ୟ ନଦେବାକୁ କୋର୍ଟ ସର୍ତ୍ତ ରଖିଥିଲେ । କୋଣାର୍କ ସୂର୍ଯ୍ୟମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେବା ମାମଲାରେ ଗତ ଅକ୍ଟୋବର ୨୩ ତାରିଖରେ ଗିରଫ ହୋଇଥିଲେ ଅଭିଜିତ ଆୟର ମିତ୍ର । ଏନେଇ ଭୁବନେଶ୍ୱର ସହିଦନଗର ଓ କୋଣାର୍କ ଥାନାରେ ତାଙ୍କ ନାଁରେ ରୁଜୁ ହୋଇଥିଲା ମାମଲା । ଏହି ମାମଲାରେ ଅଭିଜିତଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ହାଇକୋର୍ଟ । ସେହିପରି ପୂର୍ବରୁ ଓଡ଼ିଶା ଓ କୋଣାର୍କ ସଂପର୍କରେ ନିଜ ମନ୍ତବ୍ୟ ପାଇଁ ଓଡ଼ିଶାବାସୀଙ୍କୁ ଅଭିଜିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ସେହିପରି ବିଧାୟକଙ୍କ ପ୍ରତି ଦେଇଥିବା ଆକ୍ଷେପମୂଳକ ମନ୍ତବ୍ୟ ମାମଲାରେ ବିଧାନସଭା ଗୃହ କମିଟିରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିବା ସହ ସତ୍ୟପାଠ ଦାଖଲ କରିଥିଲେ ଅଭିଜିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like